Onn 3

ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୦୭କୁ ବୃଦ୍ଧି, କ୍ରିକେଟରେ ସ୍ବର୍ଣ୍ଣ, ମହିଳା ହକିରେ କାଂସ୍ୟ

National & International sports

F7zfCCHXcAAJydk

ନୂଆଦିଲ୍ଲୀ: ଚାଇନାର ହାଙ୍ଗଜୋ ସହରରେ ଖେଳାଯାଉଥିବା ଏସୀୟ କ୍ରୀଡ଼ା ୨୦୨୩ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆଫଗାନିସ୍ତାନ ଖେଳୁଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଯାହା ପରେ ମ୍ୟାଚ୍ ବାତିଲ ହୋଇଥିଲା। ପ୍ରାଥମିକତା କ୍ରମରେ ଆଫଗାନିସ୍ତାନ ଦଳଠାରୁ ଭାରତ ଦଳ ଆଗରେ ରହିଥିଲା। ଯାହା ପରେ ଭାରତୀୟ ଦଳକୁ ବିଜେତା ଘୋଷଣା କରାଯାଇଥିଲା। ବର୍ଷା ଆରମ୍ଭ ହେବା ବେଳକୁ ଆଫଗାନିସ୍ତାନ ଦଳ ୧୮.୨ ରେ ୧୧୨ ରନ୍ ରେ ବ୍ୟାଟିଂ କରୁଥିଲା।
ଭାରତୀୟ ମହିଳା ହକି ଦଳ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା। ତେବେ ତାଙ୍କୁ କାଂସ୍ୟ ପଦକ ମିଳିଛି। ଫାଇନାଲରେ ଭାରତୀୟ ମହିଳା ହକି ଦଳ ଜାପାନକୁ ୨-୧ ଗୋଲରେ ପରାସ୍ତ କରିଥିଲା।
ଚେସରେ ମହିଳା ଓ ପୁରୁଷ ଦଳକୁ ରୌପ୍ୟ :
ଅନ୍ୟପକ୍ଷରେ ଚେସ୍ ରେ ମଧ୍ୟ ଭାରତ ଦୁଇଟି ପଦକ ଜିତିଛି । ପ୍ରଥମେ ମହିଳା ଦଳ ରୌପ୍ୟ ପଦକ ଜିତିଥିଲା। ଏହାପରେ ପୁରୁଷ ଦଳ ମଧ୍ୟ ରୌପ୍ୟ ପଦକ ଜିତିଥିଲା। ଏହାକୁ ମିଶାଇ ୨୦୨୩ ଏସୀୟ କ୍ରୀଡ଼ାରେ ଭାରତ ୧୦୭ ପଦକ ହାସଲ କରିଛି।