Onn 3

କଲେଜ ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Crime State

chh

ଭୁବନେଶ୍ୱର:ରାଜଧାନୀରେ ରହି ମେଡିକାଲ ପଢୁଥିଲେ । ଏକ ଘରୋଇ କଲେଜରେ ପଢୁଥିଲେ । ଆଜି ତାଙ୍କର ମୃତ ଦହେ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ଡେଣ୍ଟାଲ ବିଭାଗର ୨ ବର୍ଷର ଛାତ୍ରୀ ଥିଲେ ।

ସେ ପଶ୍ଚିମବଙ୍ଗ ହୁଗୁଳି ଜଲ୍ଲାରୁ ଆସି ଏଠାରେ ହଷ୍ଟେଲରେ ରହି ମେଡିକାଲ ପଢୁଥିଲେ । ପୋଲିସ ଏକ ଅପମୃ୍ତ୍ୟୁ ମାମଲା ରୁଜୁ କରିଛି ।  ତେବେ ଛାତ୍ରୀ ଜଣକ କାହିିଁକି ଏପରି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ଜଣାପଡିନି ।

ମୃତା ଛାତ୍ରୀଙ୍କ ନାଁ ମୌବାନୀ ଦାସ । ଘର ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ହରିପାଲ ଗାଁରେ ।  ତେବେ ପୋଲିସ ତାଙ୍କ ସାଙ୍ଗସାଥୀମାନଙ୍କୁ ଜେରା କରୁଛନ୍ତି । ଝିଅ କାହିଁକି ଏପରି ଚରମ ପଦକ୍ଷେପ ନେଲା ସେ ବିଷୟରେ ପରିବାରଲୋେକ କିଛି ଜାଣି ପାାରୁ ନାହାନ୍ତି ।  ପରିବାର ଲୋକଙ୍କ କହିବା ଅନୁଯାୟୀ, ତାଙ୍କର କୌଣସି ପାରିବାରିକ ବିବାଦ ନ ଥିଲା । ପାଠପଢାର ଚାପ କିମ୍ବା ରାଗିଂ ପରି ଅଭିଯୋଗ ବି କେବେ କରି ନ ଥିଲା ଝିଅ । ପୋଲିସ ମୃତା ଛାତ୍ରୀଙ୍କ ମୋବାଇଲ ରଖି ଅଧିକ ତଦନ୍ତ କରୁଛି ବୋଲି କହିଛନ୍ତି କହିଛନ୍ତି ପରିବାର ଲୋକେ ।