Onn 3

ବଡ଼ ବାପାଙ୍କୁ ମିଶି ହାଣି ଦେଲେ ପୁତୁରା ଓ ଭାଇ

Crime State

 

att

କଳାହାଣ୍ଡି : ପାରିବାରିକ କଳହରୁ ସର୍ବନାଶ । ନିଜ ବଡ଼ ବାପାକୁ ହାଣିଲେ ପୁତୁରା ଓ ଭାଇ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତ ସିକେରଗୁଡ଼ା ଗାଁର ଘଟଣା । ଗୁଣିଗାରେଡି ଓ ପୂର୍ବ ଶତ୍ରୁତା ନେଇ ଏପରି ଜଘନ୍ୟ କାଣ୍ଡ ଘଟିଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଜଳ ଏବଂ ତାଙ୍କ ଭାଇଙ୍କ ପରିବାର ମଧ୍ୟରେ ଗୁଣିଗାରେଡିକୁ ନେଇ ପୂର୍ବରୁ ଅନେକ ଥର ଝଗଡା ଲାଗି ରହୁଥିଲା ଏଥିପାଇଁ ପୁର୍ବରୁ ଥାନାରେ ମାମଲା ବି ରୁଜୁ ହୋଇଥଲା । ଆଜି ସକାଳେ ଜଳ ନିଜ ଚାଷ ଜମିକୁ ଯାଉଥିବା ବେଳେ ଯାଉଥିବା ବେଳେ ତାଙ୍କ ନିଜ ସାନ ଭାଇ ପରବେଶ ନାଏକ ନିଜ ଦୁଇ ପୁଅ ନକୁଳ ନାଏକ ଓ ସହଦେବ ନାଏକ ମିଶି ଜଳଙ୍କୁ ଏକ ଧାରୁଆ ଅସ୍ତ୍ରରେ ପଛପଟୁ ଆକ୍ରମଣ କରିଥିଲେ । ସେ ପଡିଯିବା ପରେ ତିନିଜଣ ବାପପୁଅ ମିଶି ତାଙ୍କୁ ହତ୍ୟା କରିଥିଲେ । ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ତିନି ବାପ ପୁଅଙ୍କୁ ଅଟକ ରଖି ସଦର ଥାନା ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛନ୍ତି ।