ମୁମ୍ବାଇରେ 19 କିଲୋଗ୍ରାମ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ 204 ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି ଏବଂ ଏହାର ମୂଲ୍ୟ ସିଲିଣ୍ଡର ପିଛା 1,482 ରୁ 1,684 ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ 203 ଟଙ୍କା ବୃଦ୍ଧି ପାଇଛି ଏବଂ ଏଠାରେ ସିଲିଣ୍ଡର ମୂଲ୍ୟ ପୂର୍ବରୁ 1,695 ଥିବାବେଳେ 1898 ଟଙ୍କାରେ ପହଞ୍ଚିଛି।
ପ୍ରକାଶ ଥାଉକି, ଇନ୍ଧନ ଗ୍ୟାସ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଗୋଟିଏ ମାସ ପୂର୍ବରୁ ସରକାର ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟକୁ 200 ଟଙ୍କା ହ୍ରାସ କରିଥିଲେ। ଏହା ପରେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।