Onn 3

ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ମା’

Crime State

 

rej

ବାଲେଶ୍ଵର: ନିଷ୍ଠୁର ହୋଇଗଲା ଜନ୍ମକଲା ମାଆ । ନବଜାତ ଶିଶୁପୁତ୍ରକୁ ମେଡିକାଲ ପାଇଖାନା ପାଖରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା । ମେଡିକାଲ ପାଇଖାନା ନିକଟରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର । ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ।

ଫକୀର ମୋହନ ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ନିକଟରେ ନବଜାତ ଶିଶୁକୁ ଫିଙ୍ଗି ଦେଇଥିଲେ ଜଣେ ମହିଳା । ନବଜାତ ଶିଶୁ ପୁତ୍ରକୁ ଦେଖି ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକମାନେ । ଶିଶୁଟିର ଅବସ୍ଥା ଏବେ ସ୍ଥିର ଥିବାବେଳେ ତାକୁ ଏସଏନସି ୟୁ ରେ ଭର୍ତ୍ତି କରାଯାଇଛି । ତେବେ ନବ ଜାତକର ମା’ ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ବେଳେ କିଏ ଶିଶୁ ପୁତ୍ର ଫିଙ୍ଗିଛି ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଅଧିକାଂଶ ସମୟରେ ଶିଶୁ କନ୍ୟା ଅଲୋଡା ହୋଇଥିବା ଦେଖାଯାଏ । କିଏ ଝିଅ ହେବା ଫଳରେ ରାସ୍ତାରେ ଛାଡି ପଳାଉଛନ୍ତି ତ ଆଉ କିଏ ଅଳିଆ ଗଦାରେ ଫୋପାଡୁଥିବାର ନଜିର ରହିଛି । କିନ୍ତୁ ଶିଶୁପୁତ୍ରକୁ ଅଲୋଡା ଭାବରେ ଫୋପାଡି ଦିଆଯାଇଥିବାକୁ ନେଇ ଉଠିଛି ପ୍ରଶ୍ନବାଚୀ ।