Onn 3

ଜଳୁଛି ଓଡ଼ିଶା, ସମ୍ବଲପୁରରେ ରେକର୍ଡ ୪୬.୧ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା

State

ପ୍ରଚଣ୍ଡ ଗ୍ରୀଷ୍ମକୋପ । ଜଳୁଛି ଓଡ଼ିଶା । ପଶ୍ଚିମରୁ ଉପକୂଳ ଅସହ୍ୟ ତାତି ଓ ଗୁଳୁଗୁଳି କଲବଲ କରୁଛି । ଡ଼ହ ଡହ ଖରାରେ ସିଝୁଛି ରାଜଧାନୀ ଭୁବନେଶ୍ୱର । ଅପରାହ୍‌ଣ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୪ ଦଶମିକ ୩ ଡିଗ୍ରୀ ଛୁଇଁଛି । ସାଢ଼େ ୧୧ଟା ସୁଦ୍ଧା ରାଜଧାନୀରେ ୪୧ ଡିଗ୍ରା ପାର କରିଥିଲା ପାରଦ ।

ସାଢ଼େ ୨ଟା ସୁଦ୍ଧା ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର । ସେଠାରେ ସର୍ବୋଚ୍ଚ ତାପମାତ୍ରା ୪୬ ଦଶମିକ ୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ହୀରାକୁଦରେ ୪୪.୪, ଝାରସୁଗୁଡ଼ାରେ ୪୨.୪ ଓ କେନ୍ଦୁଝରରେ ତାତି ୪୦ ଡିଗ୍ରୀ ଛୁଇଁଛି ।

ଏଥରେ ତତଲା ରଜ ପାଳିବେ ଓଡ଼ିଶାବାସୀ । ରଜ ଯାଏ ତାତିରୁ ତ୍ରାହି ମିଳିବନି । ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏହି ୫ କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ରୁ ୬ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବା ସମ୍ଭାବନା ରହିଛି । ଉପକୂଳରେ ଗୁଳୁଗୁଳି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ ।