Onn 3

ସ୍ତ୍ରୀକୁ ହତ୍ୟା ପାଇଁ ସ୍ବାମୀ ଦେଇଥିଲା ୩ ଲକ୍ଷର ସୁପାରୀ

Crime State

stri

କେନ୍ଦୁଝର ; ସ୍ବାମୀ ସାଜିଲା ସୈତାନ । ସୁପାରୀ ଦେଇ ସ୍ତ୍ରୀକୁ ହତ୍ୟା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ବସନ୍ତପୁରରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ସୁନୀତା ଘଣାଙ୍କ ସ୍ବାମୀ ସ୍ବାମୀ ସୁରେଶ ପରିଡ଼ାକୁ ସାଙ୍ଗରେ ନେଇ ଆଜି ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି ପୋଲିସ । ସୁନୀତାଙ୍କୁ କିଭଳି ହତ୍ୟା କରିଥିଲେ ? କେଉଁଠି ହତ୍ୟା କରିଥିଲେ ? କେମିତି ନଦୀରେ ଫିଙ୍ଗିଥିଲେ ମୃତଦେହ ? ଡେମୋ ଦେଖାଇଛି ସୁରେଶ । ସୁନୀତା ଘଣାଙ୍କ ଭାଇ ଓ ମା’ ମୃତଦେହକୁ ଚିହ୍ନଟ କରିଥିଲେ। ସୁରେଶ ହତ୍ୟାକାରୀ ବୋଲି ସେମାନେ ଅଭିଯୋଗ କରିଥିଲେ । ସୁନୀତା ଓ ସୁରେଶ ପ୍ରେମ ବିବାହ କରି କାଶୀପୁରଠାରେ ଘର ଭଡ଼ା ନେଇ ରହୁଥିଲେ । ଅନେକ ସମୟରେ ଦୁହିଁଙ୍କ ଭିତରେ ହେଉଥିଲା ଝଗଡ଼ା ।

ଏନେଇ ସୁନୀତାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଦୁଇ ମାସ ତଳେ ଯୋଜନା କରିଥିଲା ସୁରେଶ । ୨ଜଣ ସୁପାରୀ କିଲରଙ୍କ ସହ ଡିଲ ଫାଇନାଲ କରିଥିଲା । ପୂର୍ବ ଯୋଜନା ମୁତାବକ ୩ ତାରିଖରେ ସୁନୀତାଙ୍କୁ ଖଣ୍ଡାଧାର ଜଳପ୍ରପାତକୁ ବୁଲାଇ ନେଇଥିବା ବେଳେ ମଳଦା ନାଳ ପାଖରେ ସୁପାରୀ କିଲର ସୁନୀତାଙ୍କ ବେକରେ ରସି ଲଗାଇ ହତ୍ୟା କରିଥିଲେ। ପରେ ନଦୀରେ ଫିଙ୍ଗି ଦେଇଥିଲେ ମୃତଦେହ । ସୁପାରୀ କିଲରଙ୍କୁ ଅଗ୍ରୀମ ଲକ୍ଷେ ଟଙ୍କା ଦେଇଥିଲା ସୁରେଶ । ପରେ ବାକି ୨ ଲକ୍ଷ ଟଙ୍କା ଦେଇଥିବା ପୋଲିସ ଆଗରେ ମାନିଛି । ଦୁଇ ସୁପାରି କିଲରଙ୍କୁ ଅଟକ ରଖି ପଚରାଉଚରା କରୁଛି ନୟାକୋଟ ଥାନା ପୋଲିସ ।