Onn 3

ସୁନ୍ଦରଗଡ଼ରେ ପୁଣି ୧୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ମୋଟ୍ ସଂଖ୍ୟା ୨୨୧କୁ ବୃଦ୍ଧି

Health and Science State

scrub

ସୁନ୍ଦରଗଡ଼ : ସୁନ୍ଦରଗଡରେ ଥମୁନି ସ୍କ୍ରବ୍ ଟାଇଫସ୍ ଆତଙ୍କ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଗତକାଲି ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୧୦ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ମୋଟ୍ ସଂଖ୍ୟା ବର୍ତ୍ତମାନ ୨୨୧କୁ ବୃଦ୍ଧି ପାଇଛି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ।

ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତାକୁ ଦ୍ବିଗୁଣିତ କରୁଛି  । ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି  । ତଥାପି ସଂକ୍ରମିତଙ୍କ ସଂଖ୍ୟା କମୁନି  । ଆଶାକର୍ମୀ ଏବଂ ଅଙ୍ଗନବାଡି କର୍ମୀଙ୍କ ଜରିଆରେ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଛି  । ଏବଂ  କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଛି।