Onn 3

ଜେ ଡି ଫ୍ରେଣ୍ଡସ ଗଣେଶ ପୂଜା କମିଟି ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ

State

ବାରିପଦା:  ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ପଡିଆରେ ଜେ ଡି ଫ୍ରେଣ୍ଡସ କ୍ଲବର ଏକାଦଶ ତମ ଗଣେଶ ପୂଜା ପାଳନ ଅବସରରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ 10 ଜଣ ମହିଳା ସମେତ ମୋଟ 63 ଜଣ ସ୍ବେଛାକୃତ ଭାବେ ରକ୍ତଦାନ କରିଛନ୍ତି I ଅତିଥି ଭାବେ ଯୋଗ ଦେଇ ସରୋଜ ଖୁଣ୍ଟିଆ, ରାକେଶ ସିଂ ଓ ପ୍ରମୋଦ କୁମାର ମହାନ୍ତି ଏହି ଶିବିରକୁ ଉଦଘାଟନ କରିବା ସହ ସ୍ଥାନୀୟ ଯୁବକ ମାନଙ୍କର ଏଭଳି ଏକ ଜନମଙ୍ଗଳ କାର୍ଯ୍ୟକ୍ରମ ପାଇଁ ବେଶ ପ୍ରଶଂସା କରିଥିଲେ I କେନ୍ଦ୍ରୀୟ ବ୍ଲଡ଼ ବ୍ୟାଙ୍କ, ବାରିପଦାର ରକ୍ତ ଭଣ୍ଡାର ଅଧିକାରୀ ସୌମ୍ୟ ରଞ୍ଜନ ନାୟକଙ୍କ ନେତୃତ୍ୱରେ ରକ୍ତ ସଂଗ୍ରହ କରାଯାଇଥିଲା I ପୂଜା କମିଟିର ସଭାପତି ଆଶିଷ ସେଠୀ, ଉପ ସଭାପତି ଜି ସି ପୱନ କୁମାର, ସମ୍ପାଦକ ରିତେଶ ଶର୍ମାଙ୍କ ସମେତ ହରିନନ୍ଦନ ବେହେରା, ଶ୍ରୀକାନ୍ତ ପ୍ରତିହାରୀ, ଶୁଭମ ସମ୍ବିତ, ଅବିନାଶ ରଥ, ରାକେଶ ନାଥ ଓ ଶୁଭମ ରାଉତ ପ୍ରମୁଖ ଏହି ଶିବିରକୁ ସଫଳତାର ସହ ପରିଚାଳନା କରିଥିଲେ I