Onn 3

ମହିଳା ସଂରକ୍ଷଣ ବିଲ: ହ୍ୱିପ୍ ଜାରି କଲା ବିଜେଡି

State

rajy

ନୂଆଦିଲ୍ଲୀ: ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍ । ଏନେଇ ଆଜି ରାଜ୍ୟସଭାରେ ହେବ ଆଲୋଚନା । ସେପଟେ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ୍‌ ଜାରି କରିଛି ବିଜେଡି । ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବିଜେଡ଼ି ଜାରି କରିଛି ହ୍ୱିପ୍‌ ।

ଗତକାଲି ଲୋକସଭାରେ ଐତିହାସିକ ‘ମହିଳା ସଂରକ୍ଷଣ ବିଲ୍’ ପାରିତ ହୋଇଛି । ଲୋକସଭାରେ ମହିଳାଙ୍କ ପାଇଁ ୩୩% ସିଟ୍ ସଂରକ୍ଷିତ ରହିବ । ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ୪୫୪ ଭୋଟ୍ ପଡ଼ିଛି । ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଲୋକସଭାରେ ଏହି ବିଲ୍ ପାରିତ ହୋଇଛି । ଏହା ବିରୋଧରେ କେବଳ ୨ ଟି ଭୋଟ୍ ମିଳିଛି । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ମଧ୍ୟ ଏହି ବିଲକୁ ସମର୍ଥନ କରିଛନ୍ତି । ଯଦିଓ ଏହି ବିଲ୍ ଉପରେ ଆଲୋଚନା ସମୟରେ କିଛି ଲୋକ ଏହାକୁ ବିରୋଧ କରିଥିଲେ, କିନ୍ତୁ ଭୋଟ୍ ଦେବା ସମୟରେ ସମସ୍ତେ ଏହାକୁ ସମର୍ଥନ କରିଥିବା ଦେଖାଯାଇଥିଲା ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହିଳା ସଂରକ୍ଷଣ ବିଲ୍ ଉପରେ ବିତର୍କ ବେଳେ ସେ କହିଛନ୍ତି, କିଛି ଦଳ ପାଇଁ ମହିଳା ସଶକ୍ତିକରଣ ନିର୍ବାଚନରେ ଜିତିବା ପାଇଁ ଏକ ରାଜନୈତିକ ଏଜେଣ୍ଡା ଏବଂ ରାଜନୈତିକ ହତିଆର ହୋଇପାରେ, କିନ୍ତୁ ବିଜେପି ଏବଂ ନରେନ୍ଦ୍ର ମୋଦିଙ୍କ ପାଇଁ ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ।

ସୂଚନାଯୋଗ୍ୟ ଯେ, ଏହି ଆଇନ ଲୋକସଭା ଓ ରାଜ୍ୟସଭାର ଉଭୟ ଗୃହରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ହିଁ ଲାଗୁ ହେବ । ଏହା ପାରିତ ହେବା ମାତ୍ରେ ଲୋକସଭା ତଥା ରାଜ୍ୟ ବିଧାନସଭାରେ ୩୩ପ୍ରତିଶତ ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ ।