Onn 3

ପଶ୍ଚିମବଙ୍ଗରୁ ଚିହ୍ନଟ ହେଲେ ନିପା ଭାଇରସ୍ ଆକ୍ରାନ୍ତ

National & International

nipha

କୋଲକାତା: ଥମୁନି ନିପା ଭାଇରସ୍ ଆତଙ୍କ । ଦେଶରେ କାୟା ବିସ୍ତାର କରୁଛି ନିପା ଭାଇରସ୍  । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଓଡିଶାରେ ବାଜିଛି ସତର୍କ ଘଣ୍ଟି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଛନ୍ତି ଜଣେ ନିପା ଭାଇରସ୍ ଆକ୍ରାନ୍ତ । ସଂକ୍ରମିତ ରୋଗୀଙ୍କୁ କୋଲକାତା ବେଲିଆଘାଟା ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ କିଛି ଦିନ ହେଲା ଭୀଷଣ ଜ୍ଵର ଓ ଗଳାରେ କଷ୍ଟ ଅନୁଭବ କରୁଥିଲେ । ପ୍ରଥମେ ସେ କେରଳର ଏର୍ନାକୁଲମସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ସେ ସାମାନ୍ୟ ସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ତେବେ ସେଠାରୁ ସେ କିଛି ଦିନ ତଳେ ପଶ୍ଚିମବଙ୍ଗ ଆସିଥିଲେ । ପଶ୍ଚିମବଙ୍ଗ ଫେରିବା ପରେ ସେ ପୁଣି ରୋଗାକ୍ରାନ୍ତ ହୋଇଥିଲେ । ସେଠାରେ ପୁଣି ଥରେ ତାଙ୍କୁ କୋଲକାତା ସ୍ଥିତ ବେଲିଆଘାଟା ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଟେଷ୍ଟ କରାଯିବାପରେ ପରେ ସେ ପୁଣିଥରେ ନିପା ଭାଇରସରେ ଆକ୍ରାନ୍ତ ଥିବା ସୂଚନା ପାଇଥିଲେ ହସ୍ପିଟାଲର ସ୍ଵାସ୍ଥ୍ୟ ଅଧିକାରୀ । ସେପଟେ ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆକ୍ରାନ୍ତ ହେବାପରେ ପଶ୍ଚିମବଙ୍ଗରେ ଭୟରେ ବାତାବରଣ ସୃଷ୍ଟି ହୋଇଛି । ସେପଟେ ଏନେଇ ଓଡିଶାରେ ବି ବାଜିଲାଣି ସତର୍କ ଘଣ୍ଟି ।

ସୂଚନାଯୋଗ୍ୟ ଯେ, କେରଳରେ ଏହାର ସଂକ୍ରମଣ ଅଧିକ ଦେଖିବାକୁ ମିଳିଛି । କେରଳର କୋଜିକୋଡେରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନିପା ସଂକ୍ରମଣ ମୋଟ୍ ୬ କୁ ବୃଦ୍ଧି ପାଇଛି । ଆଇସିଏମଆର୍ ରିପୋର୍ଟ ଅନୁସାରେ କରୋନାର ମୃତ୍ୟୁ ହାର ୨ ରୁ ୩ ପ୍ରତିଶତ ରହିଥିବା ବେଳେ ନିପାର ମୃତ୍ୟୁ ହାର ୪୦ ରୁ ୭୦ ପ୍ରତିଶତ ରହିଛି ।ତେବେ କରୋନାଠାରୁ ଏହି ଭାଇରସ୍ ଅଧିକ ଭୟଙ୍କର । ୧୦୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୦-୭୦ ଜଣଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ଏହି ଜୀବାଣୁର କୌଣସି ଉପଶମ କିମ୍ବା ଟିକା ନାହିଁ, ତେଣୁ ଏହାକୁ ରୋକିବା ପାଇଁ ଏକମାତ୍ର ଉପାୟ ହେଇଛି ସଚେତନ ରହିବା ।

ନିପା ଭାଇରସ ଦେଶରେ ବାଦୁଡିମାନଙ୍କଠାରୁ ମଣିଷକୁ ସଂକ୍ରମିତ ହେଉଛି । ବର୍ତ୍ତମାନ ସୁଦ୍ଧଆ ୧୦ ଟି ରାଜ୍ୟରେ ଏହି ଭାଇରସରଉପସ୍ଥିତି ଚିହ୍ନଟ ହୋଇସାରିଛି । ପରିସଂଖ୍ୟାନ ଅନୁଯାୟୀ, ଭାରତରେ ନିପାର ପ୍ରଥମ ମାମଲା ୨୦୦୧ ରେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଥିଲା । ସେଠାରେ ୨୦୦୭ ରେ ଦ୍ୱିତୀୟ ଥର ଲୋକେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଏହା ପରେ, ୨୦୧୮ ରେ ତୃତୀୟ ଥର ପାଇଁ କେରଳରେ ନିପା ମାମଲା ରିପୋର୍ଟ ହୋଇଥିଲା ଯେଉଁଥିରେ ୧୬ଜଣଙ୍କର ମୃତ୍ୟୁ ହୋଇଥିଲା ।