Onn 3

ଗଞ୍ଜାମ ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ

State

chadhau

ଖଲ୍ଲିକୋଟ : ଗଞ୍ଜାମ ପୋଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡାରେ ଚଢାଉ । ୧୨ ଜୁଆଡ୍ଡି ସମେତ ୭୭ ହଜାର ଟଙ୍କା , ଫୋନ୍‌ ଓ ଗାଡି ଜବତ କରିଛି ପୋଲିସ । ଆଗାମୀ ଦିନରେ ଏହିପରି ଭାବେ ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ୍ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି । ବିଭିନ୍ନ  ଜୁଆ ଆଡ୍ଡା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଗଞ୍ଜାମ ଏସପି ଜଗମୋହନ ମୀନା ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ବିଳମ୍ବିତ ରାତିରେ ଗଞ୍ଜାମ ଥାନା ଅଧିନ ବଡ଼କାଇଞ୍ଚପୁରରେ ଜୁଆ ଆଡ୍ଡା ଚାଲିଥିବାର ପୋଲିସ କୌଣସି ପ୍ରକାରେ ସୂଚନା ପାଇଁ ଥାନା ଅଧିକାରୀ ସୁମିତ୍ରା ପାତ୍ରଙ୍କ ସମେତ ପୋଲିସ କର୍ମଚାରୀ ଚଢ଼ାଉ କରିଥିଲା ।

ତେବେ ଏହି ଚଢ଼ାଉ ବେଳେ ୧୨ ଜୁଆଡ୍ଡି ସମେତ  ୭୭ ହଜାର ୧୮୦ ଟଙ୍କା, ୧୦ଟି ମୋବାଇଲ ଫୋନ ଓ ୪ ଗାଡି ଜବତ କରିଛି ଗଞ୍ଜାମ ପୋଲିସ । ଏନେଇ ଗଞ୍ଜାମ ଥାନାରେ ଏକ ମାମଲା ରୁଜୁ ହୋଇ ଜୁଆଡ୍ଡିଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ ଏହିପରି ଚଢାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।