Onn 3

ନୂଆ ସଂସଦ ଭବନର ସେଂଟ୍ରାଲ ହଲ ସାମ୍ନାରେ ଫଟୋ ସେସନ୍

National & International

pho

ନୂଆଦିଲ୍ଲୀ: ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେସନ। ହେଲେ ଏହା ପୂର୍ବରୁ ସେଂଟ୍ରାଲ ହଲ ସାମ୍ନାରେ ଫଟୋ ସେସନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼, ଲୋକସଭା ବାଚସ୍ପତି ଓମ ବିର୍ଲା, ବିରୋଧୀ ଦଳ ନେତା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜନୁ ଖଡଗେ, କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ଅନ୍ୟ ବିରୋଧୀ ଦଳର ନେତା ମାନେ ଉପସ୍ଥିତ ରହି ଫଟୋ ସେସନରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ପୁରୁଣା ସାଂସଦରେ ପହଞ୍ଚି ସାଂସଦମାନଙ୍କ ସହିତ ଭେଟ କରିଥିଲେ । ସମସ୍ତେ ମିଶି ଫଟୋ ଉଠାଇଥିଲେ ।

ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରେ ଗୃହକାର୍ଯ୍ୟ ଆରମ୍ଭ ହେବ । ଅପରାହ୍ନ ୧ଟା ୧୫ରେ ଲୋକସଭା ଓ ୨ଟା ୧୫ରେ ରାଜ୍ୟସଭା ଆରମ୍ଭ ହେବ । ୨୨ ତାରିଖ ପର୍ଯ୍ୟନ୍ତ ଏଠାରେ ଅଧିବେଶନ ଚାଲିବ । କ୍ଷୁଦ୍ର ଏବଂ ବିଶେଷ ଅଧିବେଶନରେ ୮ଟି ବିଲ୍‌ ଉପରେ ବିତର୍କ ହେବାର ସମ୍ଭାବନା ରହିଛି ।କେନ୍ଦ୍ର ସରକାର ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସ୍ୱତନ୍ତ୍ର ଅଧିବେଶନରେ ମୋଟ ୫ ଦିନ ଗୃହକାର୍ଯ୍ୟ ଚାଲିବ । ଏହି ସମୟରେ ମୋଟ୍ ୪ଟି ବିଲ୍‌ ଆଗତ କରାଯାଇପାରେ ।