Onn 3

ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଯୋଗାଇ ଦେବା ସହିତ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ “ଭଞ୍ଜସେନା” ପକ୍ଷରୁ ଦାବି

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଗର୍ବ ଓ ଗୌରବ ବହନ କରୁଥିବା ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଯୋଗାଇ ଦେବା ସହିତ ପର୍ଯ୍ୟଟନ ଶିଳ୍ପ ପ୍ରତିଷ୍ଠା ପାଇଁ ଜିଲ୍ଲାର ଅଗ୍ରଣୀ ସଙ୍ଗଠନ “ଭଞ୍ଜସେନା” ପକ୍ଷରୁ ବାରମ୍ବାର ଦାବି ହେଉଅଛି । ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଶିମିଳିପାଳ ଭିତରେ ଓ ବାହାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବହୁ ଗେଷ୍ଟ ହାଉସ ନିର୍ମାଣ ହୋଇଛି ଆଉ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ଶ୍ୟାମାଖୁଣ୍ଟା ବ୍ଲକ ସ୍ଥିତ ଲୁଲୁଙ୍ଗ ଅରଣ୍ୟ ନୀବାସ ପର୍ଯ୍ୟଟକଙ୍କୁ ଆକୄଷ୍ଟ କରିଥାଏ । ମାତ୍ର ଧନୀ ଲୋକ ଏହାର ସୁବିଧା ପାଉଥିବା ବେଳେ ଜିଲା ତଥା ପଡୋଶୀ ରାଜ୍ୟର ମଧ୍ୟବିତ୍ତ ଓ ଗରୀବ ପରିବାର ଲୋକେ ଏଥିରୁ ବଞ୍ଚିତ ହେଉଛନ୍ତି । ଆଉ ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ଯୋଉ ଆଶାରେ ଏହାକୁ ନିର୍ମାଣ କରିଥିଲେ ତାର ସଂମ୍ପୂର୍ଣ୍ଣ ବିପରୀତ କାର୍ଯ୍ୟ କରୁଛି ଏହି ଲୁଲୁଙ୍ଗ ସ୍ଥିତ ଅରଣ୍ୟ ନିବାସ ର ମ୍ୟାନେଜମେଣ୍ଟ| ଏଣୁ ଆଜି ଭଞ୍ଜସେନା ପକ୍ଷରୁ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ସତ୍ୟଭାମା ବେହେରା ଙ୍କ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା |

ଦାବୀ ଗୁଡିକ ହେଲା ;
୧-ଅରଣ୍ୟ ନିବାସରେ ମଧ୍ୟବିତ୍ତ ପରିବାର ବର୍ଗଙ୍କ ପାଇଁ ୫୦ପ୍ରତିଶତ କୋଠରୀ ସଂରକ୍ଷଣ ସହିତ ସ୍ବଳ୍ପ ମୂଲ୍ୟ ବ୍ୟବସ୍ଥା କରାଯାଉ ।
୨-ଅନ୍ୟାନ୍ୟ ଦେଶୀ ବିଦେଶୀ ଖାଦ୍ୟ ସହିତ ମୟୁରଭଞ୍ଜର ପ୍ରସିଦ୍ଧ ଘରୋଇ ଖାଦ୍ୟ ଗୁଡିକୁ ମଧ୍ୟ ଅଧିକ ମାତ୍ରାରେ ବ୍ୟବହୃତ କରାଯାଉ
୩-ସକାଳ ୭ଟା ରୁ ସଂଧ୍ୟା ୮ଘଟିକା ପର୍ଯ୍ୟନ୍ତ ଉକ୍ତ କ୍ୟାମ୍ପସ ଭିତରେ ଏକ ଭୋଜନାଳୟ ଖୋଲିବାର ବ୍ୟବସ୍ଥା କରିବା ସହ ଆଗନ୍ତୁକ ପର୍ଯ୍ୟଟକ ମାନେ ସେହି ସମୟ ସୀମା ମଧ୍ୟରେ ଯାଇ ନିଜସ୍ୱ ଖର୍ଚ୍ଚରେ ଭୋଜନ କରିପାରିବାର ସୁବିଧା ଯୋଗାଇ ଦିଆଯାଉ ।
୪-ପର୍ଯ୍ୟଟକଙ୍କ ଆମୋଦ ପ୍ରମୋଦ ପାଇଁ ପ୍ରତିଦିନ କେବଳ ମୟୁରଭଞ୍ଜର ଆଦିବାସୀ ନାଚ, ଛଉ ଓ ଝୁମର ନାଚ ଭଳି ଲୋକସଂସ୍କୃତିର ସୁଯୋଗ ସୃଷ୍ଟି କରାଯାଉ ।
୫-ବନ୍ୟଜନ୍ତୁ ସୁରକ୍ଷା ଦୄଷ୍ଟିରେ ଜଙ୍ଗଲ ମଧ୍ୟରେ ବିଦ୍ୟୁତ ତାର ଉପରେ ନଯାଇ କେବୁଲ ମାଧ୍ୟମରେ ମାଟି ତଳେ ନିଆଯାଉ ।
୬-ଅରଣ୍ୟ ନୀବାସରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ
୭-ଅରଣ୍ୟ ନିବାସ ସହିତ ଲୁଲୁଙ୍ଗ ଫରେଷ୍ଟ ଗେଟ ଭିତରେ ଥିବା ଅନ୍ୟାନ୍ୟ ଘୋରଇ ଗେଷ୍ଟ ହାଉସ ଗୁଡିକରେ ଶିକାରୀ ଓ କାଠ ମାଫିଆ ମାନେ ରହି ଯୋଜନା ମୁତାବକ ଅବାଧରେ ଶିମିଳିପାଳ ଅଭୟାରଣ୍ୟରୁ ମୂଲ୍ୟବାନ କାଠ ଚୋରି, ହାତୀ ଓ ମହାବଳ ବାଘ ଶିକାରରେ ସକ୍ରିୟ ଥିବା ଶୁଣିବାକୁ ମିଳୁଛି ଏଣୁ ଏହାର ଉପଯୁକ୍ତ ତଦନ୍ତ କରି ମାଫିଆଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |
୮-ଉକ୍ତ କ୍ୟାମ୍ପସ ଭିତରେ ପ୍ରତିଦିନ ବୁଲିବାକୁ ଆସୁଥିବା ପୁରୁଷ ଓ ମହିଳା ପର୍ଯ୍ୟଟକଙ୍କ ନିମନ୍ତେ ସୁଲଭ ଶୌଚାଳୟ ନିର୍ମାଣ କରାଯାଉ |
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୁରଭଞ୍ଜ କୁ ବହୁ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଉପରୋକ୍ତ ଦାବୀ ଗୁଡିକ ବାବଦରେ ଉଚିତ ପଦକ୍ଷେପ ନେବାରେ ଯଦି ସରକାର କାଳବିଳମ୍ବ ନୀତି ଅବଲମ୍ବନ କରନ୍ତି ତେବେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଘେରାଓ କାରାଯିବ ବୋଲି ଜିଲ୍ଲା ସଭାପତି ପିଣ୍ଟୁ ମାଈତି ଜଣାଇଛନ୍ତି |ଆଜିକାର କାର୍ଯ୍ୟକ୍ରମ ରେ ପିଣ୍ଟୁ ମାଈତିଙ୍କ ସମେତ ଜିଲ୍ଲା ଓବିସି ଶାଖା ସଭାପତି ରାକେଶ ବେହେରା, ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖ ସାମିଲ ଥିଲେ |