Onn 3

ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ “ଆଦି ରନ” ମାରାଥନ ୨୦୨୩

State

ବାରିପଦା : ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଆସନ୍ତା ତା 10-09-2023 ରିଖ ମୟୁରଭଞ୍ଜ ଆଦିବାସୀ ମାରାଥନ ଉପକ୍ରମରେ “ଆଦି ରନ “ମାରାଥନ 2023 କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଉକ୍ତ ମାରାଥନ ରେ 15 ବର୍ଷ ବୟସ ରୁ 45 ବର୍ଷ ବୟସ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବର୍ଗ ର ବ୍ୟକ୍ତି ବିଶେଷ ହଜାର ହଜାର ସଂଖ୍ୟା ରେ ଅଂଶ ଗ୍ରହଣ କରିବେ | ଉକ୍ତ ମାରାଥନ ଆସନ୍ତା ତା 10-09-2023 ରିଖ ପ୍ରାତଃ 06-00 ଘଟିକା ସମୟ ରେ ସ୍ଥାନୀୟ ଛଉ ପଡିଆ ଠାରେ ଶୁଭ ଉଦଘାଟନ ହେବ | ଉଦଘାଟନୀ ଉତ୍ସବ ରେ ଓଡିଶାର ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାର୍ଣ୍ଡି, ମାନ୍ୟବର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ , ବିଖ୍ୟାତ କ୍ରୀଡାବିତ ତଥା ହକି ଇଣ୍ଡିଆ ର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତୀର୍କୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ରାଜ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଦୀପ କୁମାର ମାଝୀ, ସ୍ଥାନୀୟ ଲୋକ ପ୍ରତିନିଧି, ଜ଼ିଲ୍ଲାପାଳ, ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ପଦାଧିକାରୀ ଓ ଅନ୍ୟାନ୍ୟ ବହୁ ମlନଗଣ୍ୟ ବ୍ୟକ୍ତି ଯୋଗ ଦେଇ ଅଂଶ ଗ୍ରହଣକାରୀଙ୍କୁ ଉତ୍ସାହିତ କରିବେ |

ଉକ୍ତ ମାରାଥନ ଛଉ ପଡିଆ ଠାରୁ ଆରମ୍ଭ ହୋଇ ବେଲଗଡ଼ିଆ, ଅମ୍ବିକା ମନ୍ଦିର, ଜଗନ୍ନାଥ ମନ୍ଦିର, ବାଲେଶ୍ୱର ଗୋଲେଇ, ପାଲବାଣୀ, ତକତପୁର ଛକ, ଦାରୋଗାଡାହୀ ଛକ, ମୁର୍ଗlବାଡି ଛକ, ଭଂଜପୁର ଛକ ଅତିକ୍ରମ କରି ପୁନର୍ବାର ଛଉ ପଡିଆ ଠାରେ ସମାପ୍ତ ହେବ | ଉକ୍ତ ମାରାଥନ ରେ ଉଭୟ ପୁରୁଷ ଓ ମହିଳା ବର୍ଗ ର ବିଜେତା ମାନଙ୍କୁ ବିଭିନ୍ନ ଅକର୍ଷଣୀୟ ପୁରସ୍କାର ସ୍ୱରୂପ ଇଲେକ୍ଟ୍ରି ସ୍କୁଟି ରୁ ଆରମ୍ଭ କରି ସାଇକେଲ ଓ ଅନ୍ୟାନ୍ୟ ଦରକାରୀ କିଟ ପ୍ରଦାନ କରାଯିବା ର ବ୍ୟବସ୍ଥା କରାଯାଇଛି |ତେଣୁ ଉକ୍ତ କାର୍ଯ୍ୟକ୍ରମ ରେ ବିପୁଳ ସଂଖ୍ୟା ରେ ଯୋଗ ଦେଇ ଅଂଶ ଗ୍ରହଣ କାରୀଙ୍କୁ ଉତ୍ସାହିତ କରିବା ସହିତ ଗଠନ ମୂଳକ ବାର୍ତ୍ତା ପ୍ରସାର ରେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ମୟୁରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଉଛି |