Onn 3

ନାବାଳିକା କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ମୟୁରଭଞ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ୨୦୧୮ ମସିହାରେ ଘଟିଥିବା ଏକ ୧୪ ବର୍ଷୀୟା ନାବାଳିକା ସହିତ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ମାମଲାର ବିଚାର କରି ବାରିପଦା ସ୍ପେଶିଆଲ କୋର୍ଟ ଆଣ୍ଡର ପକ୍ସୋ ଆକ୍ଟ ର ମାନ୍ୟବର ବିଚାରପତି ସୁମିତା ଜେନା ଅଭିଯୁକ୍ତ ଝାରପୋଖରିଆ ଥାନା ଅନ୍ତର୍ଗତ କୁମ୍ବାରି ଗ୍ରାମର ସାମରାୟ ହାଁସଦା (୩୫) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬(୨)(ଆଇ) ଅଫ ଆଇପିସି ଅନୁଯାୟୀ ୧୦ ବର୍ଷ ସଶ୍ରମ ଜେଲଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ନାବାଳିକା ପିଡୀତା ର ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ୨୪-୧-୨୦୧୮ ରିଖ ସନ୍ଧ୍ୟା ୫ ଟା ସମୟରେ ପିଡୀତା ନାବାଳିକା ଗାଁ ପାଖ ପୋଖରୀକୁ ଶୈାଚ ପାଇଁ ଯାଇ ଫେରୁଥିବା ସମୟରେ ଅଭିଯୁକ୍ତ ସାମରାୟ ହାଁସଦା ତାକୁ ପଛ ପଟୁ ଯୋର ଜବରଦସ୍ତ ଧରି ବଳପୂର୍ବକ ପାଖରେ ଥିବା କୋଚିଲା ଜଙ୍ଗଲ କୁ ଟେକିନେଇ ତାର ପାଟିରେ ଗାମୁଛା ପୁରାଇ ତା ସହିତ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ କରିସାରିବା ପରେ ତାକୁ ସେଠାରେ ଛାଡିଦେଇ ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ନାବାଳିକା ଭୟରେ ସେଠାରୁ ଅମର୍ଦା ରୋଡ ପଟେ ଯାଉଥିବା ସମୟରେ ରାସ୍ତାରେ ତାର ପରିଚିତ ଅନ୍ୟ ଜଣଙ୍କ ସହିତ ଦେଖାହୋଇଥିଲା । ସିଏ ନାବାଳିକାକୁ କାନ୍ଦୁଥିବାର ଦେଖି ପଚାରିବାରୁ ନାବାଳିକା ଜଣକ ସବୁକଥା ତକୁ ଜଣାଇଥିôଲା । ସିଏ ନାବାଳିକା କୁ ତାଙ୍କ ଘରକୁ ଆଣିବା ପରେ ପରିବାରବର୍ଗ ଙ୍କୁ ଖବର ଦେଇଥିଲା । ନାବାଳିକାର ପରିବାରବର୍ଗ ଆସି ତହିଁପରଦିନ ଆସି ଝିଅକୁ ଘରକୁ ନେଇଯାଇଥିଲେ । ପରିବାରବର୍ଗ ଙ୍କ ଆଗରେ ନାବାଳିକା ଜଣକ ସବୁକଥା ପ୍ରକାଶ କରିଥିଲା ।

ଏ ସମ୍ବନ୍ଧରେ ନାବାଳିକା ପିଡୀତା ର ଲିଖିତ ଅଭିଯୋଗକ୍ରମେ ରାସଗୋବିନ୍ଦପୁର ଥାନାରେ କେସ ନମ୍ବର ୧୦/୨୫-୧-୨୦୨୮ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ଅନୁସନ୍ଧାନ କରି ଆସାମୀ କୁ ୨୬-୧-୨୦୧୮ ରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆସାମୀ ଉକ୍ତ ଦିନ ପାଖରୁ ଗିରଫ ହୋଇ ବାରିପଦା ସର୍କଲ ଜେଲ ରେ ବିଚାରାଧିନ କଏଦୀ ଭାବେ ଆଜି ପର୍ଯ୍ୟନ୍ତ ରହିଆସୁଅଛି । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଏଥି ସହିତ ପିଡୀତା କୁ କ୍ଷତିପୂରଣ ବାବଦରେ ଚାରି ଲକ୍ଷ ଟଙ୍କା ପୈଠ କରିବା ପାଇଁ ଆଇନ ସହାୟତା କତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ଆଦେଶନାମା ଜାରିକରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।