Onn 3

ଗାଈ ବାଛୁରୀ ଚୋରି ଅଭିଯୋଗରେ ଦୁଇ ଗିରଫ

Crime State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ସରପଡା ଗ୍ରାମପଂଚାୟତ ବୋଧଙ୍ଗ ଗ୍ରାମରେ ଏକ ଗାଈ ଓ ବାଛୁରୀକୁ ଚୋରି କରି ନେଉଥିବା ଅଭିଯୋଗରେ ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିକୋର୍ଟ ଚାଲାଣକରିଥିବାର ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କ ସୂତ୍ରରୁ ପ୍ରକାଶ । ଗତକାଲି ବୋଧଙ୍ଗ ଗ୍ରାମର ରାଜକିଶୋର ଷଢଙ୍ଗୀଙ୍କ ପୁତ୍ର ସତ୍ୟରଞ୍ଜନ ଷଢଙ୍ଗୀଙ୍କର ଗୋଟିଏ ଗାଈ ଓ ବାଛୁରୀକୁ ସ୍ଥାନୀୟ ସୁକରପଡା ଗ୍ରାମର ଲୋକମାନ ଖାଁ ଓ ହେନା ଖାଁ ଦୌଡି ସହ ଟାଣିଟାଣି ନେଉଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ସମ୍ପୃକ୍ତ ବ୍ୟକ୍ତି ଦ୍ୱୟ ଗାଈ ବାଛୁରୀ ଚୋରି କରି ନେଉଥିବାର ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଧରି ଅଟକ ରଖିଥିଲେ । ଏସମ୍ପର୍କରେ ସତ୍ୟରଞ୍ଜନ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଥାନା କେଶ ନଂ ୧୦୬/୨୩ରେ ଏକ ମାମଲା ରୁଜୁ କରି ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବାର ପୋଲିସ ସୂତ୍ରରୁ ପ୍ରକାଶ ।