Onn 3

ବଢିଲା କାନାଡା-ଭାରତ ଟେନସନ, ରାଷ୍ଟ୍ରଦୂତଙ୍କୁ ବହିଷ୍କାର କଲେ ଦୁଇ ଦେଶ

National & International

can

ଭାରତ-କାନାଡା ମଧ୍ୟରେ ବଢିଲା ଟେନସନ ।  ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କ ହତ୍ୟାକାଣ୍ଡକୁ ନେଇ ତେଜିଲା ବିବାଦ ।  କାନାଡାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲେ କାନାଡା ସରକାର । ପୂରା ମାମଲା ଶିଖ ନେତା ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକାଣ୍ଡ ସହ ଜଡିତ । ଭାରତୀୟ କୂଟନୀତିଜ୍ଞ ଏହି ହତ୍ୟାକାଣ୍ଡର ତଦନ୍ତରେ ହସ୍ତକ୍ଷେପ କରୁଥିବା କାନାଡା ସରକାର ଅଭିଯୋଗ କରିଛି । ଏପରିକି ନିଜ୍ଜରଙ୍କ ହତ୍ୟା ପଛରେ ଭାରତ ସରକାରଙ୍କ ହାତ ଥାଇପାରେ ବୋଲି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ସେ କହିଛନ୍ତି, ଭାରତ ସରକାରଙ୍କ ଏଜେଣ୍ଟ ନିଜ୍ଜରଙ୍କ ହତ୍ୟା କରିଥିବା କାନାଡା ସୁରକ୍ଷା ଏଜେନ୍ସି ସନ୍ଦେହ କରୁଛି ।  ଏହାର ଯାଞ୍ଚ ମଧ୍ୟ କରାଯାଉଛି ।  ଗତ ଜୁନ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା ।  କାନାଡାର ଏକ ଗୁରୁଦ୍ବାରା ନିକଟରେ ତାଙ୍କୁ କିଛି ଦୁର୍ବୁତ୍ତ ଗୁଳି ମାରି ହତ୍ୟା କରିଥିଲେ ।  ଭାରତୀୟ ଏଜେନ୍ସି NIA ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କୁ ପଳାତକ ଘୋଷିତ କରିଥିଲା ।

ତେବେ କାନାଡାକୁ ଦୃଢ ଜବାବ ଦେଇଛି ଭାରତ । ପ୍ରେସ ବିବୃତି ଜାରି କରିଛି ବୈଦେଶିକ ମନ୍ତ୍ରାଳୟ   । କାନାଡା ପ୍ରଧାମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଭାରତ କହିଛି, ନିଜ୍ଜରଙ୍କ ହତ୍ୟାକାଣ୍ଡରେ କୌଣସି ସଂପୃକ୍ତି ନାହିଁ ।  ଏହା ସମ୍ପୂର୍ଣ୍ଣ ମିଛ ଓ କପୋଳକଳ୍ପିତ।  କାନାଡା ଉଗ୍ରପନ୍ଥୀ, ଖଲିସସ୍ତାନୀଙ୍କୁ ଶରଣ ଦେଇଛି । ଖଲିସ୍ତାନୀ ଭାରତର ଅଖଣ୍ଡତା ପ୍ରତି ବିପଦ। କାନାଡାର  ଏଭଳି ଅଭିଯୋଗ ଖଲିସ୍ତାନୀଙ୍କ ଉପରୁ ନଜର ହଟାଇବା ପାଇଁ  । ଏହା ସହ କାନାଡାରେ ଚାଲିଥିବା ଭାରତ ବିରୋଧୀ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କାନାଡା ସରକାରଙ୍କୁ ଅନୁରୋଧ କରିଛି ଭାରତ।