Onn 3

ମେରାଇନ ଡ୍ରାଇଭରେ ମୋ ବସ-କାର ଧକ୍କା: ଚାଳକ ମୃତ

Crime State

ପୁରୀ:ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ‘ମୋ ବସ’-କାର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ କାର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ଅବସ୍ଥା ଗୁରୁତର ଅଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, କାରଟି ୫ ଜଣ ଯାତ୍ରୀଙ୍କୁ ନେଇ ଚନ୍ଦ୍ରଭାଗାରୁ ଭୁବନେଶ୍ୱର ଯାଉଥିଲା । ସେହିପରି ମୋ ବସ ପୁରୀରୁ ବାହାରି କୋଣାର୍କ ଅଭିମୁଖେ ଯାଉଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃ୍ତ୍ୟୁ ଘଟିଥିଲେ । ଅନ୍ୟ ୫ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତ କରାଯାଇଥିଲା । ଏପଟେ ମୋ ବସ ଦୁର୍ଘଟଣା ପରେ ରାସ୍ତାକଡକୁ ଖସି ପଡିବା ସହ ଏକ ଗଛକୁ ଧକ୍କା ଦେଇଥିଲା । ମୋ ବସର ଡ୍ରାଇଭର ଗାଡି ଭିତରେ ଫସି ରହିଥିଲେ ।  ଅଗ୍ନିଶମ ବାହିନୀ ଆସିବା ପରେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ମୃତ ଡ୍ରାଇଭରଙ୍କ ନାଁ ସତ୍ୟ ଦାସ ଏବଂ ତାଙ୍କ ଘର ଗୁଡିଆ ପୋଖର ବୋଲି ଜଣାପଡିଛି ।