Onn 3

ଶବ ସତ୍କାର ଚାଲିଥିବା ସମୟରେ ପୋଡା ମାଂସ ଆଣି ଖାଇଲେ ୨ ବ୍ୟକ୍ତି

Crime State

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ବନ୍ଧସାହି ଗ୍ରାମରେ ଦେଖିବାକିୁ ମିଳିଛି ଅଭାବନୀୟ ଘଟଣା । ଶବ ସତ୍କାର ଚାଲିଥିବା ସମୟରେ ପୋଡା ମାଂସ ଖାଇବାକୁ ନେଇ ପ୍ରକାଶ ପାଇଛି ଉତେଜନା । ମାଂସ ଖାଉଥିବା ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖିଥିଲେ । ପରେ ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଅଟକ ୨ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି ।

ମଙ୍ଗଳବାର ବନ୍ଧସାହି ଗ୍ରାମର ଯୁବତୀ ମଧୁସ୍ମିତା ସିଂ(୨୫)ଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା କେସ ନଂ ୪୦/୨୩ରେ ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରୁ ଶବ ବ୍ୟବଚ୍ଛେଦ ହୋଇ ଘରକୁ ଆଣିବା ପରେ ଶବ ସତ୍କାର ପାଇଁ ଗାଁ ମଶାଣୀକୁ ନେଇଥିଲେ । ଶବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶବର ପୋଡା ମାଂସକୁ ଆଣି ଖାଇବାକୁ ଲାଗିଥିଲେ ।

ଏହା ଦେଖି ପରିବାର ଲୋକେ ଦୁଇ ଜଣକୁ ଗାଁ ମୁଣ୍ଡରେ ଅଟକ ରଖିଥିଲେ । ଏନେଇ ଉତ୍ୟକ୍ତ ଲୋକେ ଉଭୟଙ୍କୁ ମାଡ ମାରିବା ସହ ଗାମୁଛାରେ ବାନ୍ଧି ଆଣିଥିବା ମାଂସକୁ ଜବତ କରିଥିଲେ । ଯାହାଫଳରେ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏ ସଂକ୍ରାନ୍ତରେ ଆଇଆଇସି ସଞ୍ଜୟ କୁମାର ପରିଡା କହିଛନ୍ତି, ଲୋକଙ୍କ ଅଭିଯୋଗକୁ ନେଇ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ନିଶାଶକ୍ତ ଅବସ୍ଥାରେ ଦୁଇ ଜଣ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।