Onn 3

ରାଜସ୍ୱ ଅଧିକାରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ, ଏକକାଳୀନଟି ୪ ସ୍ଥାନରେ ଚଢ଼ାଉ କଲା ଭିଜିଲାନ୍ସ

State

fe

କଟକ : ରାଜସ୍ୱ ଅଧିକାରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଗଞ୍ଜାମ ବୁଗୁଡାର ପୂର୍ବତନ ତହସିଲଦାର ଥିଲେ ସଂଗ୍ରାମ। ଏକକାଳୀନ ଚାରୋଟି ସ୍ଥାନରେ ଚଢ଼ାଉ ଚାଲିଛି।

ବାଲୁଗାଁ ଜେନା କଲୋନୀରେ ଥିବା ତିନି ମହଲା ଘର, ଟାଙ୍ଗୀ ହରିପୁରରେ ଥିବା ଘର , ଖୋର୍ଦ୍ଧା ବାଣପୁରରେ ଥିବା ତିନୋଟି ପ୍ଲଟ ସହିତ ବାଲୁଗାଁ ଚୁଡା ମିଲ ନିକଟରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସର ୩ ଡ଼ିଏସପି, ୧୦ ଇନିସ୍ପେକ୍ଟର ଓ ଅନ୍ୟ କର୍ମଚାରୀ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଏହି ଚଢ଼ାଉ।