Onn 3

ଦେଶ ପାଇଁ ସହିଦ ହେଲା ସେନାର କୁକୁର- ଆତଙ୍କବାଦୀଙ୍କ ସହ ଲଢିବା ବେଳେ ଗୁଳିମାଡରେ ଟଳିପଡିଲା

National & International

an

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ରାଜୌରି ଜିଲା ନର୍ଲା ଅଞ୍ଚଳରେ ଆତଙ୍କବାଦୀଙ୍କ ସହିତ ସଂଘର୍ଷରେ ସେନାର ଏକ କୁକୁର ସହିଦ ହୋଇଛି। ସହିଦ କୁକୁରର ନାମ ହେଉଛି କେଣ୍ଟ। ଏହାର ବୟସ ୬ବର୍ଷ ଓ ଲାବ୍ରାଡର ପ୍ରଜାତିର। କେଣ୍ଟ ୨୧ ସେନା ୟୁନିଟ୍‌ରେ କାର୍ଯ୍ୟରତ ଥିଲା। ମଙ୍ଗଳବାର ଗୁଳିବିନିମୟ ସମୟରେ କେଣ୍ଟ ସେନାର ଯବାନଙ୍କୁ ଲୁଚି ରହିଥିବା ଆତଙ୍କବାଦୀଙ୍କ ଆଡକୁ ବାଟ କଢାଇ ନେଉଥିଲା। ଏହି ସମୟରେ କେଣ୍ଟ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲା। ଏହି ଗୁଳିବିନିମୟରେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛି। ଏହା ସହିତ ସେନାର ଦୁଇଜଣ ଯବାନଙ୍କ ସମେତ ୩ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।