ପୁରୀ: ପୁରୀରେ ଟ୍ରେନ୍ ଆଗକୁ ଡେଇଁ ଯୁବକ-ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ । କାହିଁକି ଜୀବନ ହାରିଲେ ତନାଘନା ତଦନ୍ତ କରୁଛି ରେଳବାଇ ଥାନା ପୋଲିସ । ଗତକାଲି ପୁରୀ ରେଳ ଷ୍ଟେସନ ପ୍ଲାଟଫର୍ମ ନିକଟରେ ଏହି ଘଟଣା ଘଟିଥିଲା । ତାଳବଣିଆ ଲେଭଲ କ୍ରସିଂଠାରୁ ୨୦୦ ମିଟର ଦୂର ରେଳ ଧାରଣାରୁ ଉଦ୍ଧାର ହୋଇଥିଲା ମୃତଦେହ । ଦୁଇ ମୃତକ ହେଲେ ତୃପ୍ତିମୟୀ ସାହୁ ଓ ଯତୀନ ଶେଖର ପାଢ଼ୀ ।
