- ଚିତ୍ରାଙ୍କନ ରେ ଦିବ୍ୟଶଙ୍କର ବେହେରା ପ୍ରଥମ
- ବକ୍ତୃତା ପ୍ରତିଯୋଗୀତାରେ ଲିପିକା ପଣ୍ଡା ପ୍ରଥମ
ବାରିପଦା – ସ୍ଥାନୀୟ ମୁର୍ଗାବାଡି ସ୍ଥିତ ସଚ୍ଚିଦାନନ୍ଦ କୁରୁକୁଳରେ ନେତାଜୀ ସୁଭାଷ ବୋଷଙ୍କ ୧୨୮ ତମ ଜନ୍ମ ଜୟନ୍ତୀ “ପରାକ୍ରମ ଦିବସ” ସହିତ ଭାରତୀୟ ସଶସ୍ତ୍ର ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l ମନ୍ଦାକିନି ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୁରୁକୁଳ ପ୍ରତିଷ୍ଠାତା ଅଜିତ ବେହେରା, ଶିକ୍ଷକ କୈଳାଶ ଦାସ, ନବୀନ ରାଉତ, ସ୍ୱାଗତିକା ସାହୁ , ସତ୍ୟନାରାୟଣ ଦାସ ମାନେ ଦୁଇ ମହାପୁରୁଷଙ୍କ ଚିନ୍ତା, ଭାବନା, ସଂଗ୍ରାମ ବିଷୟରେ ଆଲୋକପାତ କରିଥିଲେ l ପରାକ୍ରମ ଦିବସ ଉପଲକ୍ଷେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଚିତ୍ରାଙ୍କନ ରେ ଦିବ୍ୟଶଙ୍କର ବେହେରା ପ୍ରଥମ, ଶାନ୍ତି ମୁର୍ମୁ ଦ୍ୱିତୀୟ, ଯୀଶୁ ନାୟକ ଓ ଆଦ୍ୟାଶା ପ୍ରଧାନ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଥିଲା ବେଳେ, ବକ୍ତୃତା ପ୍ରତିଯୋଗୀତାରେ ଲିପିକା ପଣ୍ଡା ପ୍ରଥମ, ହରପ୍ରିୟା ପଣ୍ଡା ଦ୍ଵିତୀୟ ଓ ଭାବେଶ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ l