Onn 3

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା; ୮ ମାସର ଶିଶୁ ସମେତ ୨ ମୃତ, ୪ ଗୁରୁତର

State

କଟକ: ଅଟୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୮ ମାସର ଶିଶୁ ସମେତ ୨ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି। ଏହି ଘଟଣା ଘଟିଛି ଆଜି ସକାଳେ କଟକ ଜିଲ୍ଲା ତିଗିରିଆ ଥାନା ଖୁଣ୍ଟୁଣୀ ନରସିଂହପୁର ଠାରେ। ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କଟକ ବୟାଳିଶି ମୌଜାର ପ୍ରଭାତ ନାୟକ ଓ ଅନ୍ୟ ଜଣେ ୮ ମାସର ଶିଶୁ।

ଆଜି ସକାଳେ ଏକ ଅଟୋରେ ଚାଳକଙ୍କ ସମେତ ସମେତ ୭ଜଣ ଅଟୋରେ ଯାଉଥିଲେ। ଏହି ସମୟରେ ପାଞ୍ଚଗାଁ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋଟି ରାସ୍ତା କଡ଼କୁ ଓଲଟି ପଡ଼ି ରାସ୍ତା କଡ଼ରେ ମାଛ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ ଉପରେ ପଡ଼ିଥିଲା। ମାଛ ବ୍ୟବସାୟୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇବା ପରେ ତିଗିରିଆ ପୋଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖିଛି ଘଟଣାର ତଦନ୍ତ ଚଳାଇଛି।