ପାରାଦୀପ: ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି ପାଇଥିବା ଅଭିଯୋଗରେ ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଷ୍ଟେଟ ଲେଭେଲ ସ୍କୃଟିନି କମିଟି ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ।
ବିଭିନ୍ନ ଏଜେନ୍ସି ଯଥା ମୟୂରଭଞ୍ଜ ଭିଜିଲାନ୍ସ ସେଲ୍, ଉଦଳା, ବଡସାହି, ଖୁଣ୍ଟା ପ୍ରଭୃତି ତହସିଲ, ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଭଳି ବିଭିନ୍ନ ଏଜେନ୍ସି ଦ୍ୱାରା ବିଭିନ୍ନ ସମୟରେ ତଦନ୍ତ କରାଯାଇଥିଲା। SLSC ଶେଷରେ ବିନ୍ଧାଣିଙ୍କୁ ଏହି ପଦରୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ଆଦେଶକୁ ଭିତ୍ତି କରି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଅଧୀକ୍ଷଣ ଯନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି।