Onn 3

ବିହାରରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ତଳେ ପଶିଗଲା ସ୍କର୍ପିଓ: ୭ ମୃତ

National & International

scr

ବିହାରର ରୋହତାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୪ ଜଣ ଗୁରୁତର ମଧ୍ୟ ରହିଛନ୍ତି । ରୋହତାସ ଜିଲ୍ଲା ଶିବସାଗର ଥାନା ଅଞ୍ଚଳ ଜାତୀୟ ରାଜପଥରେ ଭୋର ୩ଟା ସମୟରେ ଏଭଳି ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକରେ ଭାରସାମ୍ୟ ହରାଇ ଏକ ସ୍କର୍ପିଓ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ମହିଳା ଓ ୨ ଶିଶୁ ଥିବା ଜଣାଯାଇଛି।

ଖବର ମୁତାବକ, ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ସ୍କର୍ପିଓରେ ସମୁଦାୟ ୧୨ ଜଣ ବିହାରର କୈମୁର ଅଞ୍ଚଳର କୁଡାରୀ ଗାଁକୁ ଫେରୁଥିଲେ। ଗାଡ଼ିରେ ଥିବା ସମସ୍ତେ ଏକ ପରିବାରର ବୋଲି ଜଣାଯାଇଛି। ଗାଡ଼ିଟି ଶିବସାଗର ଅଞ୍ଚଳରେ ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ବସିଥିଲା। ଏହାପରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ତଳେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣ ଆଖି ବୁଜିଥିବା ବେଳେ ୪ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଡ୍ରାଇଭରକୁ ନିଦ ଲାଗିଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି । ସ୍କର୍ପିଓ ଟ୍ରକ ତଳେ ପଶିଯିବାରୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା ।

ସୁନ୍ଦେଶ୍ୱର ଶର୍ମା ନିଜ ପରିବାର ସହିତ ବୋଦଗୟାରୁ ନିଜ ଗାଁ କୈମୁରକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ସ୍କର୍ପିଓ ଡ୍ରାଇଭରଙ୍କୁ ନିଦ ଲାଗିଯିବାରୁ ଏଭଳି ଘଟଣା ଘଟିଛି । ଘଟଣା ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗୁରୁତର ଆହତଙ୍କୁ ହସପିଟାଲରେ ଚିକିତ୍ସା କରାଯାଉଛି । ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି । ସେମାନଙ୍କ ମୃତ୍ୟୁରେ ପରିବାର ଏବଂ ଗାଁରେ ଶୋକାକୁଳ ପରିବେଶ ରହିଛି ।


Post Views: 8