ଇରାନର ନାସିରିୟା ସହରରେ ମର୍ମନ୍ତୁଦ ସଡକ ଦୁଘର୍ଟଣା ଘଟିଛି । ଟ୍ରକ୍ ଏବଂ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ୯ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ ୩୧ରୁ ଉଦ୍ଧ୍ବର୍ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ମିଳିନାହିଁ । ତୀର୍ଥଯାତ୍ରୀ ବସ୍ ପବିତ୍ର ଶିୟା ମୁସଲିମ ସହର କର୍ବଲା ଯାଉଥିଲା । ଏହି ସହର ମୁସଲିମ ମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ । ଏହା ବାଗଦାଦ ଠାରୁ ୮୮ କିମି ଦୂରରେ ଅବସ୍ଥିତ ।
କିଛିଦିନ ତଳେ ମଧ୍ୟ ଏଭଳି ଅଘଟଣ ଘଟିଥିଲା । ଏକ ମିନିବସ୍ ପର୍ଯ୍ୟଟନ ସ୍ଥଳକୁ ଯାଉଥିବାବେଳେ କୌଣସି କାରଣ ବଶତଃ ପାହାଡ ତଳକୁ ଖସିପଡିଥିଲା । ଏହି ଘଟଣାରେ ଡ୍ରାଇଭର ସମେତ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା । ୮ ଜଣ ଆହତ ହୋଇଥିଲେ । ସିଟ୍ ବେଲ୍ଟ ବାନ୍ଧିନଥିବାରୁ ଏତେ ସଂଖ୍ୟାରେ ଲୋକେ ମତ୍ୟୁବରଣ କରିଥିଲେ । ସମଗ୍ର ବିଶ୍ୱରେ ଇରାନର ଟ୍ରାଫିକ ବ୍ୟବସ୍ଥା ବହୁତ ଖରାପ ବୋଲି କୁହାଯାଉଥିବାବେଳେ ପ୍ରତିବର୍ଷ ଏଠାରେ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ଦୁର୍ଘଟଣାରେ ପ୍ରାଣ ହରାନ୍ତି । ଅସାବଧାନତା ସହ ଗାଡି ଚାଳନା ଏବଂ ରାସ୍ତାର ଅବସ୍ଥା ଶୋଚନୀୟ ଥିବା କାରଣରୁ ଏଭଳି ଘଟୁଥିବା ଜଣାପଡିଛି ।