Onn 3

ଆମେରିକାରେ ୨୪ ବର୍ଷୀୟ ଭାରତୀୟ ଛାତ୍ର ଉପରେ ଆକ୍ରମଣ

National & International

 

kno

ଆମେରିକୀୟ ରାଜ୍ୟ ଇଣ୍ଡିଆନାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ । ତାଙ୍କୁ ଛୁରୀ ଦ୍ୱାରା ଆକ୍ରମଣ କରାଯିବା ପରେ ତାଙ୍କ ଅବସ୍ଥା ଗୁରୁତର ରହିଛି । ରିପୋର୍ଟ ଅନୁସାରେ, ରବିବାର ସକାଳ ଇଣ୍ଡିଆନାର ବାଲପରାଇସା ସହର ନିକଟରେ ଥିବା ଏକ ଜିମ୍‌ ନିକଟରେ ଛାତ୍ରଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀକୁ ପୋଲିସ ଗିରଫ କରିବା ପରେ ଯାଞ୍ଚ ଆରମ୍ଭ କରିଛି ।

ରିପୋର୍ଟ ଅନୁସାରେ, ଗତ ରବିବାର ଇଣ୍ଡିଆନା ଅନ୍ତର୍ଗତ ବାଲପରାଇସୋ ସହରରେ ଥିବା ଏକ ଜିମରେ ଆକ୍ରମଣକାରୀ ଭାରତୀୟ ଛାତ୍ର ବରୁଣଙ୍କ ଏକ ଛୁରୀରେ ଆକ୍ରମଣ କରିଥିଲା । ଆକ୍ରମଣ ପରେ ବରୁଣଙ୍କୁ ତୁରନ୍ତ ଫୋର୍ଟ ବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ଡାକ୍ତର କହିଛନ୍ତି ।

ଏହି ଘଟଣାରେ ଆକ୍ରମଣକାରୀକୁ ପୋଲିସ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛି । ଏହା ପୂର୍ବରୁ ୧୫ ଅକ୍ଟୋବରରେ ୧୯ ବର୍ଷୀୟ ଶିଖ ଯୁବକଙ୍କୁ ଆକ୍ରମଣ କରାଯାଇଥିଲା । ଆମେରିକାରେ ଦିନକୁ ଦିନ ହେଟ କ୍ରାଇମ ବଢ଼ୁଥିବା ଦେଖାଯାଇଛି । ବର୍ତ୍ତମାନ ସେଠାରେ ଏହି ସମସ୍ୟା ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।