Onn 3

“ବାରିପଦାରେ “କଫି ବ୍ରେକ ଶନିବାର” ର ଶୁଭାରମ୍ଭ”

State

ବାରିପଦା: ବାରିପଦା-ଅଧ୍ୟୟନରତ ଛାତ୍ର-ଛାତ୍ରୀଙ୍କ ମନରେ ଉଦ୍ୟମିତା (entrepreneurship) ର ଭାବ ଉତ୍ପନ୍ନ କରିବା ଲକ୍ଷ୍ୟ ନେଇ ବାରିପଦାସ୍ଥିତ ଶ୍ରୀ ରାମ ଚନ୍ଦ୍ର ବିଶ୍ବବିଦ୍ୟାଳୟ ଅଧିନସ୍ଥ ଇନକ୍ୟୁବେସନ କେନ୍ଦ୍ର ଆନୁକୁଲ୍ୟରେ 26 ଅଗଷ୍ଟ ଶନିବାର ଅପରାହ୍ନରେ ଇନକ୍ୟୁବେସନ କେନ୍ଦ୍ର ରେ “କଫି ବ୍ରେକ ଶନିବାର” ର “ବାରିପଦା ସଂସ୍କରଣ” ଶୁଭାରମ୍ଭ ହୋଇଯାଇଛି | ଏଥିରେ ଇନକ୍ୟୁବେସନ କେନ୍ଦ୍ର ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ସୌମ୍ୟରଂଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ ତଥା ଏହି କାର୍ଯ୍ୟକ୍ରମ ର ପ୍ରତିଷ୍ଠାତା “ମାଇଁ ଷ୍ଟାର୍ଟ ଅପ ଯାତ୍ରା” ତରଫରୁ ଯୁବ ଉଦ୍ୟୋଗୀ ପିତାମ୍ବର ସାହୁ ଅତିଥି ଭାବେ ଯୋଗ ଦେଇ ଛାତ୍ର-ଛାତ୍ରୀଙ୍କ ସହିତ ସେମାନଙ୍କର ନବପ୍ରବର୍ତ୍ତନ (idea) ବିଷୟରେ ଆଲୋଚନା କରିଥିଲେ ଓ ସେମାନେ କିପରି ନିଜର ଷ୍ଟାର୍ଟ ଅପ କୁ ପ୍ରତିଷ୍ଠା କରିପାରିବେ ସେ ବିଷୟରେ ସେମାନଙ୍କୁ ପଥ ପ୍ରଦର୍ଶନ କରି ଥିଲେ |

ବିଶ୍ବବିଦ୍ୟାଳୟ ର ବିଭିନ୍ନ ବିଭାଗ ଯେପରିକି ଏମସିଏ, କମ୍ପୁଟର ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଯୋଗ ଓ ନେଚୁରୋପାଥି ର ପ୍ରାୟ 15 ଜଣ ଅଧ୍ୟୟନରତ ତଥା ପୁରାତନ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ | ଆଗକୁ ଏହି କାର୍ଯ୍ୟକ୍ରମ ବ୍ୟାପକ ସ୍ତରରେ ଅନୁଷ୍ଠିତ କରିବାର ଯୋଜନା ଥିବା ଇନକ୍ୟୁବେସନ କେନ୍ଦ୍ର ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଇନ୍ଫୋକ୍ରିଏଟିଭସ ର ନିର୍ଦ୍ଦେଶକ ଇଂ ସୌମ୍ୟରଂଜନ ମିଶ୍ର ଙ୍କ ଠାରୁ ପ୍ରକାଶ |