Onn 3

ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ସମୂହ ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା

State

ବାରିପଦା: ପ୍ରୟାସ ସମ୍ମିଳନୀ କକ୍ଷରେ ଛଅ ସହ ଦଶ ଯୁକ୍ତ ଅଡଚାଲିଶ ନନ ପ୍ଲାନ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶିକ୍ଷକ ସଙ୍ଘ, ମୟୂରଭଞ୍ଜ ଶାଖା ତରଫରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ପ୍ରଫେସର ଡକ୍ଟର ସରୋଜ ନାୟକ, ପୂର୍ବତନ ବିଧାୟକ ଅଜେନ ମୁର୍ମୁ, ରାଜ୍ୟସଭାପତି ଶୁଶାନ୍ତ ଦାଶ, ରାଜ୍ୟ ସମ୍ପାଦକ ସଦୀପ୍ତ ମହାନ୍ତି, ଜିଲ୍ଲା ସଭାପତି ମଣ୍ଟୁ କୁମାର ସlସମାଲ, ପ୍ରଧାନ ଶିକ୍ଷକ ହିମାଂଶୁ କୁମାର ଘଡେଇ, ଓ ନିରୋଦ ଚନ୍ଦ୍ର ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ପ୍ରଧାନଶିକ୍ଷକ ଅମିତାଭ ମିଶ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l

ସମ୍ବର୍ଦ୍ଧନା ର ଉତ୍ତରରେ ମାନ୍ୟବର ମନ୍ତ୍ରୀ ସୁଦାମ ମାର୍ଣ୍ଡି ଶିକ୍ଷକ ମାନଙ୍କର ସମସ୍ୟା ସହ ଅବଗତ ଥିବା ସହ ଶିକ୍ଷକମାନଙ୍କର ଦାୟିତ୍ୱବୋଦ୍ଧ ସମ୍ପର୍କରେ ପରାମର୍ଶ ଦେବାସହ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ଶିକ୍ଷକ ରଜତ କୁମାର ପଣ୍ଡା ବେଦ ମନ୍ତ୍ର ପାଠ କରିଥିବା ବେଳେ ଶିକ୍ଷକ ନୟନ ଗିରି ଅନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ରେ ଜିଲା ଓ ଜିଲ୍ଲା ବାହାରୁ ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ l ସୁବାସ ଚନ୍ଦ୍ର ଭୂୟାଁ, ଆଶୁତୋଷ ବାରିକ, ସୁବ୍ରତ କୁମାର ଦାସ, ରାମଚନ୍ଦ୍ର ଗିରି, ଆଶିଷ କୁମାର ମହାପାତ୍ର, ତିମିର କାନ୍ତ ସିଂହଦେବ ସଚ୍ଚାନ, ଶଶାଙ୍କ ଶେଖର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।