Onn 3

ଇସ୍ତଫା ଦେଲେ ନୀତା ଅମ୍ବାନୀ, ବୋର୍ଡରେ ସାମିଲ ହେଲେ ଇଶା, ଆକାଶ ଓ ଅନନ୍ତ

National & International

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ର ୪୬ତମ ଏଜିଏମ୍‌ରେ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ବୋର୍ଡରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀଙ୍କୁ ସାମିଲ କରାଯାଇଛି।

ବୋର୍ଡ ଅଫ୍ ଡାଇରେକ୍ଟର୍ସ RILର ଅଂଶୀଦାରମାନଙ୍କ ଅନୁମୋଦନ ପରେ କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଇଶା ଏମ୍. ଅମ୍ବାନୀ, ଆକାଶ ଏମ୍. ଅମ୍ବାନୀ ଓ ଅନନ୍ତ ଏମ୍. ଅମ୍ବାନୀଙ୍କ ନିଯୁକ୍ତି ଉପରେ ବିଚାର କରିଛି। ଅଂଶୀଦାରମାନେ ଏହି କଥା ଉପରେ ସେମାନଙ୍କ ସମ୍ମତି ପ୍ରଦାନ କରିଥିଲେ।

ସେପଟେ ଇଶା, ଆକାଶ ଓ ଅନନ୍ତ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ବୋର୍ଡରେ ସାମିଲ ହେବା ସହିତ ନୀତା ଅମ୍ବାନୀ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଯଦିଓ ସେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ଭାବରେ କାର୍ଯ୍ୟ ଜାରି ରଖିବେ। ଅମ୍ବାନୀ ପରିବାରର ଆଗାମୀ ପିଢ଼ି ଇଶା, ଆକାଶ ଓ ଅନନ୍ତଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଅଫ୍ ଡାଇରେକ୍ଟର୍ସ ବୋର୍ଡରେ ସାମିଲ କରାଯାଇଛି। ନୀତା ଅମ୍ବାନୀ ନିର୍ଦ୍ଦେଶକ ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ଉପରେ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟର୍ସ ମୋହର ଲଗାଇଛି। ଏଥିସହ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ମୁକେଶ ଅମ୍ବାନୀ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବେ।