Onn 3

ଜି -୨୦ ଶିଖର ସମ୍ମିଳନୀକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍‌

National & International

ନୂଆଦିଲ୍ଲୀ,୨୭।୮: ଜି-୨୦ ଶିଖର ସମ୍ମିଳନୀକୁ ନେଇ କଂଗ୍ରେସ କେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛି। କଂଗ୍ରେସ ନେତା ପୱନ ଖେରା କହିଛନ୍ତି ଯେ, ଜି-୨୦ ହେଉଛି ଏକ ରୋଟେସ୍‌ନାଲ୍‌ ଅଧ୍ୟକ୍ଷତା, କଂଗ୍ରେସ ନେତା ପୱନ ଖେରା କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ମୋଦି) ଭୁଲିଯାଉଛନ୍ତି ଯେ ଏହା (ଜି -୨୦) ଏକ ରୋଟେସ୍‌ନାଲ୍‌ ପଦ୍ଧତି। ଏହା ପ୍ରଧାନମନ୍ତ୍ରୀ ହେତୁ ସମ୍ଭବ ହୋଇନାହିଁ। ଯେକୌଣସି ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସେଠାରେ ଥାଆନ୍ତେ, ଭାରତ ଜି-୨୦ର ଅଧ୍ୟକ୍ଷତାର ସୁଯୋଗ ପାଇଥାନ୍ତା। ଯଦି ସେ ଭାବୁଛନ୍ତି ଯେ ଭାରତର ଲୋକମାନେ ମୂର୍ଖ, ତେବେ ସେମାନେ ଭୁଲ କରୁଛନ୍ତି।

ସୂଚନାଯୋଗ୍ୟ, ୯-୧୦ ସେପ୍ଟେମ୍ବରରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଦିଲ୍ଲୀରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ସମ୍ମିଳନୀ ସମୟରେ ଅନେକ ରାସ୍ତା ବନ୍ଦ ରହିବବେଳେ ପ୍ରଗତି ମଇଦାନ ଅଞ୍ଚଳକୁ ‘ନୋ ଏଣ୍ଟ୍ରି ଜୋନ’ରେ ପରିଣତ କରିବାକୁ ନିଷ୍ପତ୍ତି ନିଆଯାଇଛି।