ହାଇଦ୍ରାବାଦ୍: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ତେଲେଙ୍ଗାନା ଖମ୍ମମରେ ‘ରାୟଥୁ ଗୋସା-ଭାଜପା ଭରୋସା’ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥର ଭାଜପା ଏଠାରେ କ୍ଷମତାକୁ ଆସିବ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ୪ଜି ଦଳ, ଯାହାର ଅର୍ଥ ହେଉଛି ଚାରି ପିଢିର ଦଳ (ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ), ବିଆରଏସ ହେଉଛି ୨ଜି ପାର୍ଟି, ଯାହାର ଅର୍ଥ ହେଉଛି ଦୁଇ ପିଢିର ପାର୍ଟି (କେସିଆର ଏବଂ ପରେ କେ.ଟି.ଆର) ଏବଂ ଓୱାଇସିଙ୍କ ଦଳ ହେଉଛି, ପାର୍ଟି, ଏହା ୩ ପିଢିରୁ ଚାଲିଆସୁଛି।
