Onn 3

ବିଭିନ୍ନ ଦାବୀ କୁ ନେଇ ଜେଏମଏମ ପକ୍ଷରୁ ୨୪ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ସଫଳ

State

ବାରିପଦା: ଆଜି ଝାଡଖଣ୍ଡ ମୁକ୍ତି ମୋର୍ଛା ପକ୍ଷରୁ ଆଦିବସୀ ମାନଙ୍କ ସାରନା ଧର୍ମ ପାଇଁ ସ୍ୱତନ୍ତ୍ର କୋର୍ଡ ପ୍ରଦାନ , ସାନ୍ତାଳି ଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି , ପ୍ରତ୍ୟେକ ଗ୍ରାମ ଗୁଡିକରେ ଥିବା ଜାହିରା ଗୁଡିକର ଉନ୍ନତିକରଣ କରିବା , ସାନ୍ତାଳି , ହୋ , ମୁଣ୍ଡା ଓ କୁଡମାଳି ଭାଷାକୁ ରାଜ୍ୟରେ ଦ୍ୱିତୀୟ ରାଜଭାଷା ମାନ୍ୟତା ପ୍ରଦାନ , ୟୁନିଫର୍ମ ସିଭିଲ କୋର୍ଡ ଯୋଗୁଁ ଆଦିବାସୀ ମାନଙ୍କ ଅସ୍ତିତ୍ୱ ରହିବ ନାହିଁ ତେଣୁ ଏହି କଳା ଆଇନ କୁ ବିରୋଧ , ଖଣି ଖାଦାନ ଭରପୁର ମୟୁରଭଞ ଜିଲାରେ ଶିଳ୍ପ ପ୍ରତିଷ୍ଠା ଆଦି ବିଭିନ୍ନ ଦାବୀ କୁ ନେଇ ପୂର୍ବରୁ ଡାକରା ଦିଆଯାଇଥିବା ୨୪ ଘଣ୍ଟିଆ ମୟୁରଭଞ ବନ୍ଦ ସଫଳ ହୋଇଅଛି । ଦିଆଯାଇଥିବା ବନ୍ଦ ଡାକରା ଯୋଗିଁ ଆଜି ଜିଲାର ବାରିପଦା ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବସ ଚଳାଚଳ ମଧ୍ୟ ବନ୍ଦ ରହିଥିଲା ।

ସହରର ଜିଲାପାଳ ଙ୍କ କାର୍ଯ୍ୟାଳୟ ସମେତ କୋର୍ଟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ , ବେସରକାରୀ କାର୍ଯ୍ୟାଳୟ , ଶିକ୍ଷାନୁଷ୍ଠାନ ଆଦି ରେ ବନ୍ଦ ର ପ୍ରଭାବ ଦେଖାଦେଇଥିଲା । ସେହିପରି ଜାତୀୟ ରାଜପଥ ରେ ଗାଡି ଚଳାଚଳ ମଧ୍ୟ ବ୍ୟାହାତ ହୋଇଥିଲା । ତେବେ ଟ୍ରେନ ଚଳାଚଳ ସ୍ୱାଭାବିକ ଥିଲା । ଜେଏମ ଏମ ପକ୍ଷରୁ ରାଜ୍ୟ ଉପସଭାପତି ଦିଲୀପ ଦାସ ଙ୍କ ନେତୃତ୍ନରେ ଜିଲା ପୂର୍ବ ସଭାପତି ବାବୁଲା ମୁର୍ମୁ , ଉପସଭାପତି ସେକ ହାମରାଜ , ଲଗ୍ନଦେବ , ସଂପାଦକ ପୃଥୁ ହାଁସଦା , କିଶୋର ହାଁସଦା , ଚୈତନ ପ୍ରସାଦ ମାରାଣ୍ଡି , ରାଇସେନ ମୁର୍ମୁ , ସୁନାରାମ ସୋରେନ , ଦାମନ ହେମ୍ବ୍ରମ , ରାମଚରଣ ହାଁସଦା ଆଦି ଙ୍କ ସମେତ ଶତାଧିକ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାର ଦେଖାଯାଇଥିଲା । ସେହିପରି ଜିଲାର ବାମନଘାଟି ଉପଖଣ୍ଡ ସମେତ ଉଦଳା ଏବଂ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ବନ୍ଦ ର ପ୍ରଭାବ ଦେଖାଯାଇଥିଲା ।