Onn 3

ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ପ୍ରାକସାଧାରଣତନ୍ତ୍ର ଦିବସ ପ୍ୟାରାଡ ମନୋନୀତ କାମ୍ପ ୨୦୨୩ ଆଯୋଜିତ

State

ବାରିପଦା: ସ୍ଥାନୀୟ ତକୋତପୁର ସ୍ଥିତ ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନା ବୁରୋ ତରଫରୁ ରାଜ୍ୟ ସ୍ତରୀୟ ପ୍ରାକସାଧାରଣତନ୍ତ୍ର ଦିବସ ମନୋନୟନ କାମ୍ପ ୨୦୨୩, ବୁରୋ ସଞ୍ଜୋଯୋକ ଡା॰ ବସନ୍ତ କୁମାର ମହାନ୍ତଙ୍କ ତତ୍ତ।ବୋଧନ ତଥା ପୂର୍ବୋତନ ସଞ୍ଜୋଯୋକ ଡା. ଶ୍ୟାମ ସୁନ୍ଦର ଦାସ, ପ୍ରୋଫେସୋର ପ୍ରମୋଦ କୁମର ଶତପଥୀ, ଡା॰ ଉଷା ଶତପଥୀ, ଡା॰ ଶୁଭେନ୍ଦୁ ଦାସଙ୍କ ମାର୍ଗଦର୍ଶିକା ତଥା ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଦିଲ୍ଲୀପ କୁମାର ପରମାନିକଏବଂ ପ୍ରୋଗ୍ରାମ ଅଧିକାରୀ ଚିସ୍ତି ଦାସ, ହରମୋହନ ମହାନ୍ତ, ଶିପୁନ କୁମାର ଦାସ, ଲମ୍ବଧର ବାରିକ, ଡା॰ ପ୍ରିୟବ୍ରତ ବେହେରା, ଡା॰ ବିଷ୍ଣୁପ୍ରିୟା ହାଁସଦଃ ସହିତ ପୂର୍ବତନ ପ୍ରୋଗ୍ରାମ ଅଧିକାରୀ ଡା॰ ତରୁଣ କୁମାର ଓଝା, ଡା॰ ମିନତୀ ମଲ୍ଲିକଙ୍କ ସହୋଯୋଗୀତାରେ ଆଯୋଜିତ ହୋଇଅଛି। ଏହି ମନୋନୀତ ପ୍ରକ୍ରିୟାରେ ବାରିପଦାସ୍ଥିତ ୫ମ ବାଟାଲିୟନର ଅଧିକାରୀମାନେ ଉପସ୍ଥିତ ଥାଇ ଯୋଗ୍ୟତା ଏବଂ ପ୍ୟାରେଡ ପରିକ୍ଷଣ କରିଥିଲେ।

ଏଥିରେ ବିଶ୍ଵବିଦ୍ୟାଳୟ ସ୍ନାତୋକତ୍ତର ରାଷ୍ଟ୍ରୀୟ ସେବା ଯୋଜନା ସହିତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାସ୍ଥିତ ୧୪ଟି ମହାବିଦ୍ୟାଳୟରୁ ମୋଟ ୨୯ଜଣ ମହିଳା ପ୍ରତିଭାଗିନୀ ଯୋଗଦେଇଥିଲେ। ପ୍ରତିଭାଗିନୀମାନଙ୍କର ମାପ, ଓଜୋନ, ଅଭିବାଦନ, ରେପୋର୍ଟିଂ, ଦୌଡ, ଓ ଅନ୍ୟାନ୍ୟ ପରିମାପ ଆଧାରୋରେ ୨୦ଜଣ ପ୍ରାଥିନୀଙ୍କୁ ମନୋନୀତ କରାଯାଇଅଛି। ମନୋନୀତ ପ୍ରାଥିନୀମାନେ ଆସନ୍ତା ସେପ୍ଟେମ୍ବର ମାସରେ ଭୁବନେଶ୍ବରରେ ହେବାକୁଯାଉଥିବା ପୂର୍ବଜୋନ ପ୍ରାକସାଧାରଣତନ୍ତ୍ର ଦିବସ ପ୍ୟାରାଡ ମନୋନୟନ କାମ୍ପ ୨୦୨୩ ପାଇଁ ରାଜ୍ୟସ୍ତୋରୀୟ ମନୋନୀତ କାମ୍ପରେ ପ୍ରତିଭାଗିତା କରିବେ। ଏହି ମନୋନୀତ ପ୍ରକ୍ରିୟାରେ ବିଶ୍ଵବିଦ୍ୟାଳୟର ଡା କୋବିତା କୁମାରୀ ସାହୁ, ଡା॰ ମୋନାଲୀ ଗୋସ୍ଵାମୀ, ଡା॰ ପ୍ରିୟଙ୍କା ଦାସ, ଭୂବନେଶ୍ଵର ଶବର, ଡା. ସୁବେନ୍ଦୁ ଶତପଥୀ ତଥା ସ୍ନାତୋକତ୍ତର ରାଷ୍ଟ୍ରୀୟ ସେବା ଯୋଜନା ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ବାରିପଦାର ସ୍ଵେଛାସେବୀ, ଚାନ୍ଦିନୀ ମହାନ୍ତ, ଜେନେନା ଝାଁସୀ ବେହେରା, ଶ୍ରୀକାନ୍ତ ବେହେରା, ସାଗର ସୁମନ ମହାନ୍ତ, ମେଞ୍ଜ୍ଯୋତି ନାୟକ, ବବିତ ମୁର୍ମୁ ଆଦି ଉପସ୍ଥିତ ଥିଲେ।