Onn 3

ସର୍ବୋଦୟ ନେତା ପ୍ରଶାନ୍ତ ମହାନ୍ତିଙ୍କ 83ତମ ଜୟନ୍ତୀ ପାଳିତ

State

ବାରିପଦା: ବିଶିଷ୍ଟ ଭୂଦାନ ଓ ସର୍ବୋଦୟ ନେତା ପ୍ରଶାନ୍ତ ମହାନ୍ତିଙ୍କ 83ତମ ଜୟନ୍ତୀ ସମାରୋହ ବାରିପଦା ମୟୁରଭଞ୍ଜ କଲେଜ ଅଫ ଏକାଉଣ୍ଟନସି ଏଣ୍ଡ ମେନେଜମେଣ୍ଟ ସମ୍ମିଳନୀ କକ୍ଷରେ ଓଡ଼ିଆ ଜାଗରଣ ମଞ୍ଚ, ବିନୋବା ସ୍ମାରକ ଟ୍ରଷ୍ଟ ଏବଂ ଏମସିଏଏମ କଲେଜର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ସାମ୍ବାଦିକ ଦୀପକ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁଦାନ କର୍ମୀ ତଥା ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଏବଂ ଯୁବ ସମାଜସେବୀ ଇଂ | ଶିରୀଶ ଚନ୍ଦ୍ର ହେମ୍ବ୍ରମ ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ପ୍ରଶାନ୍ତ ମହାନ୍ତିଙ୍କର ଜୀବନଦର୍ଶ ଉପରେ ବକ୍ତବ୍ୟ ରଖି ତ୍ୟାଗପୁତ ସମାଜସେବା ହିଁ ମଣିଷକୁ ମହାମାନବର ପରିଚୟ ଦେଇଥାଏ ବୋଲି କହିଥିଲେ |

ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ମଦନମୋହନ ସାହୁ, ସାମ୍ବାଦିକ ସୟେଦ ସିରାଜୁଦ୍ଦିନ, ସାମାଜିକ କର୍ମୀ ପିତାମ୍ବର ମଲ୍ଲିକ, ଆଇନଜୀବୀ ପ୍ରଦୀପ କୁମାର ପଲେଇ ପ୍ରମୁଖ ଯୋଗଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସୁଶ୍ରୀ ନାୟକ, ସୁଜାତା ପାଲ, ରଂଜିତ ମାରାଣ୍ଡି, ସାମ୍ବାଦିକ ଦିଲ୍ଲୀପ କୁମାର ପାତ୍ର, ସ୍ବେଛାସେବୀ ରମାକାନ୍ତ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧିକ ଛାତ୍ର ଛାତ୍ରୀ ସମାରୋହରେ ସାମିଲ ହୋଇଥିଲେ |