Onn 3

ବିଷ ପିଇଦେଲେ ମହିଳା ପୋଲିସ ଏସଆଇ; ଡାକ୍ତରଖାନାରେ ଭର୍ତ୍ତି

Crime State

 

asi

ବଲାଙ୍ଗିର:ବିଷ ପିଇଦେଲେ ପୋଲିସ ଏସଆଇ । ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ପୋଲିସ ଏସଆଇ ହେଉଛନ୍ତି କାଜଲ ବାଗ ।

ସଇଁତଳା ଗୋପବନ୍ଧୁନଗର ଭଡା ଘରେ ରହୁଥିଲେ ଏସଆଇ କାଜଲ ବାଗ ।  ମିଳିଥିବା ସୂଚନା ଅନୁସାରେ ସେ ଗତକାଲି ରାତିରେ ସେ କାହାସହ ଫୋନରେ ପାଟିତୁଣ୍ଡ କରିଥିଲେ । ଏହାପରେ ସେ ମଶାମରା ତେଲ ପିଇ ଦେଇଥିଲେ। କିଛି ପୋଲିସ  କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । କାଜଲ ପ୍ରେମରେ ପ୍ରତାରିତା ହେବା ପରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି  ।  ପୁରୁଷ ବନ୍ଧୁଙ୍କ ସହ ଝଗଡା ହେବା ପରେ ସେ କୁଆଡେ ଏପରି ଚରମ ପଦକ୍ଷେପ ନେଇଛନ୍ତି । ତେବେ ଏ ନେଇ ପୋଲିସ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ପୋଲିସ ଏହି ଘଟଣାରେ କୌଣସି ସୂଚନା ଦେଉନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ପୋଲିସ କର୍ମଚାରୀ ଆସି ତାଙ୍କର କବାଟ ବାଡେଇଥିଲେ । ହେଲେ କବାଟ ନ ଖୋଲିବାରୁ ସିଡି ପକାଇ ପ୍ରଥମ ମହଲାରେ ରହୁଥିବା କାଜଲଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କୁ ନେଇ ଡାକ୍ତରଖାନା ଯାଇଥିଲେ ।

Post Views: 6