ପ୍ରଥମ ସଂପୂର୍ଣ୍ଣ ରଙ୍ଗିନ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’ରେ ସେ ନାୟକର ମା’ ଚରିତ୍ର ଅଭିନୟ କରିଥିଲେ । ପରେ ପରେ ରାମ ବଳରାମ, କାବେରୀ, ଝିଅଟି ସୀତା ପରି, ଶଙ୍ଖମହୁରୀ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା ଆଦି ଚଳଚ୍ଚିତ୍ରରେ ମା’ ଭୁମିକାରେ ତାଙ୍କର ଅଭିନୟ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିଥିଲା । ସେ ବୃତ୍ତିରେ ଜଣେ ଡାକ୍ତର ଥିଲେ ମଧ୍ୟ ତାଙ୍କର ପ୍ରବୃତ୍ତି ଥିଲା ଅଭିନୟ । ମେଡ଼ିକାଲ କଲେଜରେ ପାଠ ପଢ଼ିଲାବେଳେ କ୍ରମାନ୍ୱୟ ଭାବେ ଚରିବର୍ଷ ଧରି କଲେଜ ନାଟକର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ମିହିର ମୁଖାର୍ଜୀ’ ସ୍ମୃତି ପୁରସ୍କାର ପାଇଥିଲେ । ‘ପରିଣାମ’ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଥିଲେ ସୁଧାରାଣୀ ମାତ୍ର ଚଳଚ୍ଚିତ୍ରରେ ତାଙ୍କ ନାମ ରଖାଯାଇଥିଲା ଅଭିନେତ୍ରୀ ଗୀତିସୁଧା । ସେହି ଷାଠିଏ ଦଶକର ନାୟିକା ଡକ୍ଟର ସୁଧାରାଣୀ ଜେନାଙ୍କ ବିୟାଗରେ ମା’ ଚରିତ୍ର ଅଭିନୟର ଏକ ଯୁଗ ଶେଷ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ପକ୍ଷରୁ ‘ପରିଣାମ’ ଚଳଚ୍ଚିତ୍ରଟି ପୁନଃଉଦ୍ଧାର କରାଯାଉଛି । ସଂପୂର୍ଣ୍ଣ ନ ହେଲେ ମଧ୍ୟ ପରିଣାମର ୮୦% ଅଂଶକୁ ନେଇ ସ୍କ୍ରିନିଂ କରାଯିବାର ଯୋଜନା କରାଯାଉଛି । ଡକ୍ଟର ସୁଧାରାଣୀ ଜେନାଙ୍କ ଅଭିନୀତ ‘ଝିଅଟି ସୀତା ପରି’ ର କିଛି ଅଂଶ ମଧ୍ୟ ଏଥିରେ ସଂଯୁକ୍ତ ହୋଇଛି ।
Post Views: 6