Img 20250228 Wa0184

ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

State

ବାରିପଦା : ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ଦିବସ, ୨୦୨୫ ପାଳନ ଉପଲକ୍ଷେ ବାରିପଦାସହର ଅନ୍ତର୍ଗତ ତକତପୁରସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟେରିୟମ ଠାରେ ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ, ଭୂବନେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଏକ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ ବୈଜ୍ଞାନିକ ସି.ଭି. ରମଣଙ୍କ “ରମଣ ପ୍ରଭାବ” ତତ୍ତ୍ୱ ଉପସ୍ଥାପନର ସ୍ମୃତି ଚାରଣ କରାଯାଇଥିଲା l ଜିଲ୍ଲା ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ l ଅଷ୍ଟମ ରୁ ଦଶମ ଶ୍ରେଣୀ କନିଷ୍ଠ ବର୍ଗରେ ଖୁଣ୍ଟା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,ଖୁଣ୍ଟା ର ନବମ ଶ୍ରେଣୀର ଛାତ୍ର ଆଦିତ୍ୟ କୁମାର ଜେନା, ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଦ୍ୱାରଶୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ନବମ ଶ୍ରେଣୀର ଛାତ୍ରୀ ହିମାକ୍ଷୀ ମହାପାତ୍ର, ସରସକଣା ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଝାରପୋଖରିଆ ର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଙ୍କନ ପ୍ରଭା ବେହେରା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ର ବରିଷ୍ଠ ବର୍ଗରେ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଓଏଭି, ଦିଗଧର ର ଏକାଦଶ ଶ୍ରେଣୀର ଛାତ୍ରୀ ତନୁଜା ମହାନ୍ତ, ଶୁଳିଆପଦା ବ୍ଲକ ଅନ୍ତର୍ଗତ ଓଏଭି, ଭାଲିଆଶୋଳ ର ଏକାଦଶ ଶ୍ରେଣୀର ଛାତ୍ର ପ୍ରେମ କୁମାର ମୁଖୀ, ରସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଉପେନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନଳଗଜା ର ଏକାଦଶ ଶ୍ରେଣୀର ଛାତ୍ର ବିରାମ ମାରାଣ୍ଡି ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଛନ୍ତି l ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ମାର୍ଗଦର୍ଶନ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶିଧର ସିଂହ ଙ୍କ ପୌରହିତରେ ଓ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ମୁଖ୍ୟ ଅତିଥିରୂପେ ଅବସରପ୍ରାପ୍ତ ଅଧ୍ୟକ୍ଷ ହରିହର ଦାସ, ମୁଖ୍ୟବକ୍ତା ରୂପେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ପୁଷ୍ପାଞ୍ଜଳୀ ପରିଡା, ସମ୍ମାନିତ ଅତିଥି ଭାବେ ଇସ୍ରୋ ର ବୈଜ୍ଞାନିକ ଡ଼ ଶୁଭାଶିଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ ଯୋଗଦାନ ପୂର୍ବକ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ l ଏହି ଦିବସ ପାଳନ ଅବସରରେ ବିଜ୍ଞାନ ଭିତ୍ତିକ ଯାଦୁ ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ ପରିବେଷଣ କରିଥିଲେ l ସ୍ୱାଗତ ଭାଷଣ ଓ ସଭା ପରିଚାଳନା ଗଣିତ ଶିକ୍ଷକ ନୟନ ଗିରି ଏବଂ ଧନ୍ୟବାଦ ଅର୍ପଣ ବିଜ୍ଞାନ ଶିକ୍ଷକ ବସନ୍ତ ଦତ୍ତ କରିଥିଲେ l ବିଚାରକ ଭାବେ ପୂର୍ବତନ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜଗନ୍ନାଥ ସାହୁ,ଶିକ୍ଷକ ନୟନ ଗିରି, ବସନ୍ତ ଦତ୍ତ,ଭୀଷ୍ମଦେବ ମହାନ୍ତ, ମନୋଜ ପାତ୍ର, ଦୀପକ ରାମ,ମନୋଜ ପରିଡା ଓ ଶିକ୍ଷୟତ୍ରୀ ଅତସୀ କୁଣ୍ଡୁ, ଗାୟତ୍ରୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ପଳତା, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l