Onn 3

ଏଣିକି ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

State

 

nandan

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିତି ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଗକୁ ପର୍ଯ୍ୟଟକମାନେ ଦିନରେ ବୁଲିବା ସହ ରାତିରେ ବି ବୁଲି ପାରିବେ। ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ କରାଯାଇଥିବା ମାଷ୍ଟର ପ୍ଲାନରେ ରହିଛି ଏହି ନୂଆ ବ୍ୟବସ୍ଥା।

ଏବେ ସନ୍ଧ୍ୟା ୫ଟାରେ ନନ୍ଦନକାନନ ବନ୍ଦ ହୋଇଯାଉଛି। କିନ୍ତୁ ଆଗକୁ ରାତିରେ ବି ଏହି ପ୍ରାଣୀ ଉଦ୍ୟାନ ଖୋଲା ରହିବ। ଦିନ ଭଳି ରାତିରେ ମଧ୍ୟ ଭରପୁର ମଜା ଉଠାଇବା ସହ ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ଦର୍ଶକ। ରାତ୍ରିଚର ଜୀବଙ୍କୁ ଦେଖିବାକୁ ନକ୍ଚରାଲ ଡ୍ରିଲ ସଫାରୀ ବ୍ୟବସ୍ଥା ରହିବ। ମାଷ୍ଟର ପ୍ଲାନରେ ନନ୍ଦନକାନନ କଳେବର ବୃଦ୍ଧି ପାଇଁ ମଧ୍ୟ ପ୍ରସ୍ତାବ ରହିଛି। କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ମୋଟ ୧୦୪୩ ହେକ୍ଟରକୁ ନନ୍ଦନକାନନ ବିସ୍ତାର କରାଯିବାର ଯୋଜନା ରହିଛି।

Post Views: 7