Onn 3

୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

State

 

rain

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ପକ୍ଷରୁ ୭ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା କଟକ ସମେତ ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

ଜଗତ୍ସିଂହପୁର, କେନ୍ଦ୍ରାପଡା, କଟକ, ବଲାଙ୍ଗୀର, କାଲାହାଣ୍ଡି, ଗଞ୍ଜାମ ଏବଂ ସୁନ୍ଦରଗଡର କେତେକ ସ୍ଥାନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଏବଂ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ସହ କୃତ୍ରିମ ବନ୍ୟା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ସତର୍କ ରହିବାକୁ ଚେତାବନୀ ଦେଇଛି।

ଆଗାମୀ ୩ ଘଣ୍ଟା ମଧ୍ୟରେ ବରଗଡ଼, ସମ୍ବଲପୁର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ରାୟାଗଡା, କୋରାପୁଟ, ନୁଆପଡା, ମୟୂରଭଞ୍ଜ ଏବଂ ବାଲେଶ୍ୱର କିଛି ଅଞ୍ଚଳରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ କୁହାଯାଇଛି। ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

Post Views: 6