Img 20250105 Wa0207

ପୂର୍ଣ୍ଣଚନ୍ଦ୍ର ମେଧା ଅନ୍ନେଷଣ ପରୀକ୍ଷାର ଦଶମ ଶ୍ରେଣୀରୁ ଶ୍ରେଷ୍ଠ କୃତିତ୍ୱ ହାସଲ କରିଥିବା ୫୦ ଜଣ ଛାତ୍ରଛାତ୍ରୀ ପରସ୍କୃତ

State

ବାରିପଦା – ସ୍ଥାନୀୟ ରଘନାଥପୁରସ୍ଥିତ ପୂର୍ଣ୍ଣଚନ୍ଦ୍ର ମେମୋରିଆଲ ଟ୍ରଷ୍ଟର ତତ୍ତ୍ଵବଧାନରେ ପୂର୍ଣ୍ଣଚନ୍ଦ୍ର ମେଧା ଅନ୍ନେଷଣ ପରୀକ୍ଷାର ଦଶମ ଶ୍ରେଣୀର ପୁରସ୍କାର ବିତରଣ ସମାରୋହ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକ ସଞ୍ଜୟ କୁମାର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପିତାମାତାଙ୍କ ଦୃଢ଼ ପ୍ରୟାସରେ କିପରି ଛାତ୍ରଛାତ୍ରୀଙ୍କ ଜୀବନ ଗଠନ ହେବ ତା ଉପରେ ଆଲୋକ ପାତ କରିଛନ୍ତି । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଅଙ୍କିତା ବାରିକ୍, ପୂର୍ଣ୍ଣଚନ୍ଦ୍ର ମେମୋରିଆଲ ଟ୍ରଷ୍ଟର ମୁଖ୍ୟ ପରିଚାଳକ ତଥା ସଭାପତି ଇଂ ପ୍ରଭାସ କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉପାଧ୍ୟକ୍ଷ ଡ. ରାଜକୁମାର ବିଶ୍ଵାଳ ଏଵଂ ପୂର୍ଣ୍ଣଚନ୍ଦ୍ର ଆଦର୍ଶ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାନ୍ତ, ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତି ରହିଥିଲେ । ମୟୂରଭଞ୍ଜ ଜିଲ୍ଲାରୁ ଦଶମ ଶ୍ରେଣୀର ୧୮୮୯ ସଂଖ୍ୟକ ପରୀକ୍ଷାର୍ଥୀ ଏହି ପୂର୍ଣ୍ଣଚନ୍ଦ୍ର ମେଧା ଅନ୍ନେଷଣ ଛାତ୍ରବୃତ୍ତି ପରୀକ୍ଷା ଦେଇ ଥିଲେ ତାଙ୍କ ମଧ୍ୟରୁ ଶ୍ରେଷ୍ଠ ୫୦ ଜଣ ଙ୍କୁ ପୁରସ୍କୃତ କରାଯାଇ ଥିଲା । ତାଙ୍କ ମଧ୍ୟରୁ ଲେଡିହମିଲଟନ୍ ହାଇ ସ୍କୁଲ ବାରିପଦାର ଅନିନ୍ଦିତା ମାଇତି, ସରକାରୀ ଉଚ୍ଚ ବିଦ୍ୟାଳୟ ବଡ ମୁଣ୍ଡାବାଣୀର ପଙ୍କଜ କୁମାର ସୀ ଏଵଂ ସରକାରୀ ଉଚ୍ଚ ବିଦ୍ୟାଳୟ କୁଜିଦିହିର ମାମୁନୀ ମାରାଣ୍ଡି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି । ପ୍ରଥମ ପୁରଷ୍କାର ୧୦,୦୦୦ ଟଙ୍କା, ଦ୍ଵିତୀୟ ପୁରଷ୍କାର ୭,୦୦୦ ଟଙ୍କା , ତୃତୀୟ ପୁରଷ୍କାର ୫୦୦୦ ଟଙ୍କା, ୧୭ ଜଣଙ୍କୁ ୧୦୦୦ ଟଙ୍କା, ୧୦ ଜଣଙ୍କୁ ୫୦୦ ଟଙ୍କା ଏବଂ ଅନ୍ତିମ ୨୦ ଜଣଙ୍କୁ ସାନ୍ତ୍ୱନାମୂଳକ ପୁରଷ୍କାର ପ୍ରଦାନ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ବିଭାଗାଧ୍ୟକ୍ଷ ପ୍ରାଧ୍ୟାପକ ଡ. ଆଦର୍ଶ ଶତପଥୀ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଅଧ୍ୟାପକ ନିତାଇ ଦାସ ଧନ୍ୟବାଦ୍ ଅର୍ପଣ କରି ଥିଲେ ।