Onn 3

ସମ୍ବଲପୁର ଅଇଁଠାପାଲିରେ ଘର ଭିତରୁ ମାଆ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Crime State

 

dead

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଟାଙ୍ଗରପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି  । ବେକରେ ରଶି ଲଗାଇ ମାଆ ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  । ଟାଙ୍ଗରପାଲିରେ ଉଭୟ ମାଆ ଏବଂ ପୁଅ ରହୁଥିଲେ । କିନ୍ତୁ ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦହ ଉଦ୍ଧାର କରାଯାଇଛି  ।

ମାଆ ଏବଂ ପୁଅ ଏକ ରଶି ସାହାର୍ଯ୍ୟରେ ଝୁଲି ପଡିଥିବା ଦେଖିବାକୁ ମିଳିଥିଲା । ମାତ୍ର ଏବେ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସଠିକ୍ ଭାବେ ଜଣାପଡିନି । ମୃତ ମାଆଙ୍କ ବୟସ ୫୫ ବର୍ଷ ହୋଇଥିବାବେଳେ ପୁଅର ବୟସ ପାଖାପାଖି ୩୦ ହେବ ବୋଲି ଜଣାପଡିଛି । ସେପଟେ ଅଇଁଠାପାଲି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଘରେ କେହି ନଥିବାବେଳେ ଉଭୟ ଆତ୍ମହତ୍ୟା କରିଛନ୍ତି  । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି  ।  ତେବେ ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ  ।

Post Views: 10