Onn 3

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ

Crime State

 

srij

ପୁରୀ: ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏମବିବିଏସ ପ୍ରଥମ ବର୍ଷର ଛାତ୍ର ସିନିଅର ଛାତ୍ରୀଙ୍କ ବିରୋଧରେ ରାଗିଂ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ମେଡିକାଲ କଲେଜର ଡିନ୍ ପେଣ୍ଠକଟା ମେରାଇନ୍ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇ ରାଗିଂ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି।

ପ୍ରଥମ ବର୍ଷର ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଦ୍ୱିତୀୟ ବର୍ଷର କିଛି ଛାତ୍ର ତାଙ୍କ ଦାଢ଼ିକୁ ଜୋରଜବରଦସ୍ତ କାଟି ଦେଇଥିଲେ ଏବଂ ତାଙ୍କ ସହ ଅସଦାଚରଣ କରିଥିଲେ।

ଅଭିଯୋଗ ପରେ କଲେଜ ଡିନ୍ ଏ ନେଇ ଆଣ୍ଟି ରାଗିଂ କମିଟି ସହ ଆଲୋଚନା କରିଥିବା ଜଣାପଡ଼ିଛି। ପରେ କଲେଜ କର୍ତ୍ତୃପକ୍ଷ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ପୁରୀ ଏସଡିପିଓ କହିଛନ୍ତି, ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରିନାହିଁ।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୧୦ ତାରିଖରେ ଯାଦବପୁର ବିଶ୍ବବିଦ୍ୟାଳୟର ପ୍ରଥମ ବର୍ଷର ଜଣେ ଛାତ୍ରୀ ଛାତ୍ରୀନିବାସର ବାଲକୋନୀରୁ ଖସି ପଡ଼ି ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିଲେ। ସେ ରାଗିଂର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କୁ ଗିରଫ କରାଯାଇଛି, ଯେଉଁଥିରେ ବିଶ୍ୱବିଦ୍ୟାଳୟର ଛଅ ଜଣ ବର୍ତ୍ତମାନର ଏବଂ ଛଅ ଜଣ ପୂର୍ବତନ ଛାତ୍ର ସାମିଲ ଅଛନ୍ତି।

Post Views: 6