Onn 3

ରୁଟି ପୋଡ଼ିଯିବାରୁ ତାୱାରେ ବୋହୂକୁ ଚେଙ୍କ, ଶାଶୁ ଓ ସ୍ବାମୀ ଗିରଫ

Crime State

arest

କାମାକ୍ଷାନଗରବୋହୂକୁ ଗରମ ତାୱା ଚେଙ୍କ । ରୁଟି ପୋଡ଼ିଯିବାରୁ ତାୱାରେ ବୋହୂକୁ ଚେଙ୍କ ଦେଇ ଗିରଫ ହେଲେ ଶାଶୁ ଓ ସ୍ବାମୀ । ଭୂବନ ଥାନା ଲତାବିଲ ଅଞ୍ଚଳର ଭାଗିରଥୀ ବେହେରାଙ୍କ ଝିଅ ରଶ୍ମିତା ବେହେରା ଜଗତସିଂହପୁର ଖାରବେଳର ଦିଗବିଜୟଙ୍କୁ ବିବାହ କରିଥିଲେ । ତେବେ ବିବାହ ସମୟରେ ଦିଆଯାଇଥିବା ଜିନିଷପତ୍ର ନେଇ ସନ୍ତୁଷ୍ଟ ନଥିଲେ ଶାଶୁ ଘର ଲୋକେ । ଆହୁରି ଅଧିକ ଯୌତୁକ ଦାବି କରିବା ସହ ବୋହୂ ଉପରେ ଅତ୍ୟାଚାର କରିଥିବା ନେଇ ଅଭିଯୋଗ ହୋଇଛି ।

ଗତ ଜୁନ ୫ ତାରିଖରେ ବୋହୂ ରଶ୍ମିତା ରୁଟି କରୁଥିବା ବେଳେ ରୁଟିଟି ପୋଡ଼ିଯିବାରୁ ସେହି ଟାୱାରେ ବୋହୂକୁ ଚେଂକ ଦେଇଥିଲେ ଶାଶୁ । ଏନେଇ ଝିଅ ଘର ଲୋକ ଜାଣିବା ପରେ ରଶ୍ମିତାଙ୍କୁ ଆଣି ଚିକିତ୍ସା କରିବା ସହ ଜୁଲାଇ ମାସ ୯ ତାରିଖରେ ଭୂବନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଆଜି ଭୂବନ ପୋଲିସ ଜଗତସିଂହପୁର ଉଗ୍ରତାରା କଲୋନୀରୁ ଉଭୟ ଶାଶୁ ଓ ସ୍ବାମୀଙ୍କୁ  ଗିରଫ କରିଛି । ଶାଶୁ ସୁପ୍ରଭା ଜେନା ଜଗତସିଂହପୁର କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି ।


Post Views: 6