କଲମ୍ବିଆ ଜିଓଲଜିକାଲ ସର୍ଭେ ଅନୁଯାୟୀ ଭୂମିକମ୍ପର ତୀବ୍ରତା ୬.୧ ଥିବାବେଳେ ୟୁଏସ ଜିଓଲଜିକାଲ ସର୍ଭେ ରିପୋର୍ଟରେ ୬.୩ ତୀବ୍ରତା ରେକର୍ଡ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ବଗୋଟାରୁ ଦକ୍ଷିଣରେ ୪୦ କିଲୋମିଟର ଦୂର ଇଏଲ କାଲଭରିଓ ସହରରେ ରହିଛି । ତେବେ ଏହି ଭୂମିକମ୍ପ ପରେ ଲଗାତାର ଆଉ ଦୁଇ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଯାହାର ତୀବ୍ରତା ଯଥାକ୍ରମେ ୫.୬ ଓ ୪.୮ ରେକର୍ଡ ହୋଇଛି । ସେପଟେ ବଗୋଟା ମେୟର ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ।