Onn 3

ସହଜ ଓ ସରଳ କରିବାକୁ ଆରଟିଓର ନୂଆ ପ୍ରକ୍ରିୟା, ପେପରଲେସ ପରେ ଫେସଲେସ

State

Rto-Office

ଭୁବନେଶ୍ୱର: ଗାଡି ବିକ୍ରି କରିବା ହେଉ ଅବା ମାଲିକାନା ବଦଳାଇବା ପ୍ରକ୍ରିୟାକୁ ଅନଲାଇନ ଜରିଆରେ ଆହୁରି ସରଳ କରିବାକୁ ରାଜ୍ୟ ପରିବହନ ବିଭାଗ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭିଡ ମୁକ୍ତ ଆରଟିଓ ଅଫିସ ସହ ଲୋକଙ୍କ ସମୟ ବଞ୍ଚାଇବା ଏବଂ ଦଲାଲ ମୁକ୍ତ ଦିଗରେ ଆରଟିଓ ଏବେ ପେପରଲେସରୁ ଫେସଲେସ ହେବାକୁ ଯାଉଛି। ପରୀକ୍ଷାମୂଳକ ଭାବେ ଚାଲିଥିବା ଏହି କାମ ଏବେ ଖୁବଶୀଘ୍ର ବିଦ୍ଧିବଦ୍ଧ ଭାବେ ଘୋଷଣା ହେବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଏହାର ଉଦଘାଟନ କରିବେ ବୋଲି ସୂଚନା ମିଳିଛି।

ରାଜ୍ୟରେ ଏବେ ୩୫ଟି ଆରଟିଓ ଓ ତିନୋଟି ଆସିଷ୍ଟାଣ୍ଟ ଆରଟିଓରେ ଫେସଲେସ ଦିଗରେ କାମ ଜାରି ରହିଛି। ବିଭିନ୍ନ ସମୟରେ ଆରଟିଓରେ ଗାଡି ମାଲିକାନା ବଦଳାଇବାକୁ ହେଲେ ଦୁଇ ପକ୍ଷଙ୍କୁ ଉପସ୍ଥିତ ରହିବାତୁ ପଡ଼ୁଥିଲା। ଏବେ କିନ୍ତୁ ଆଉ ଆସିବାକୁ ପଡ଼ିବ ନାହିଁ। ଆରଟିଓ ଦ୍ବାରା ନିର୍ଦ୍ଦିଶ୍ଟ  ଓ୍ବେବସାଇଟ୍/ ଆପ୍ଲିକେସନ ଏମ୍ ପରିବହନ ଏବଂ ସାରଥୀ ଆପ୍ ଜରିଆରେ ଆବଶ୍ୟକ ପ୍ରମାଣପତ୍ର ଅପଲୋଡ କରି ଅନଲାଇନ୍ ଉପସ୍ଥିିତି ଜାହିର କରି ଏନଓସି, ଲର୍ଣ୍ଣିଂ ଲାଇସେନ୍ସ,, ଓନରସିପ ଟ୍ରାନ୍ସଫର, ଲାଇସେନ୍ସ ନବୀକରଣ କରିହେବ।

ଡାକ୍ତରୀ ସାର୍ଟିଫିକେଟ ପାଇଁ ଏହି ଆପ ସହିତ ଯୋଡି ହୋଇଥିବା ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କରିବା ପରେ ଏକ ପ୍ରମାଣପତ୍ର ମିଳିବ ଯାହାକୁ ସେହି ଆପ୍ସରେ ଅପଲୋଡ କରିଲେ ସାର୍ଟିଫିକେଟ ମିଳିବ।