Onn 3

ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ି ଗଲେ ପରିବାରର ୫ ସଦସ୍ୟ

State

ପୁରୀ; ପୁରୀ ବେଳାଭୂମୀରେ ପୁଣି ଅଘଟଣ। ସମୁଦ୍ରରେ ବୁଡିଗଲେ ପରିବାରର ୫ ସଦସ୍ୟ । ବୁଡିଯାଉଥିବା ବେଳେ ୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ।

ସୂଚନା ଅନୁସାରେ, ଆଜି ଦିନ ୧୧.୩୦ ବେଳେ ସେକ୍ଟର ୯ ବେଳାଭୂମିରେ ଗାଧୋଉଥିବା ବେଳେ ଏକ ବଡ ଲହଡି କାରଣରୁ ବୁଡ଼ିଯାଉଥିଲେ ଗୋଟିଏ ପରିବାରର ୫ଜଣ ସଦସ୍ୟ । ତେବେ ସଠିକ ସମୟରେ ଖବରପାଇ ବୁଡିଯାଇଥିବା ୫ ଜଣଙ୍କୁ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ । ଉଦ୍ଧାରପରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ତିର ଥିବା ଜଣାପଡିଛି । ତେବେ ଉଦ୍ଧାର ପର୍ଯ୍ୟଟକ ମାନେ ହେଲେ ୩୪ ବର୍ଷୀୟ ରେଖା ମାହାଲି,  ୫୪ ବର୍ଷୀୟ ଦେବୀ ମାହାଲି, ୫୨ ବର୍ଷୀୟ ସୁମିତ୍ରା ମାହାଲି,  ୧୯ ବର୍ଷୀୟ ସୁଦୀପ ମାହାଲି ଓ ୨୫ ବର୍ଷୀୟ ପ୍ରସନ୍ନ ମାହାଲି। ତାଙ୍କ ଘର ପଶ୍ଚିମବଙ୍ଗର ଉତ୍ତର ପ୍ରଗଣାରେ ବୋଲି ସୂଚନା ମିଳିଛି ।