Onn 3

ନିଜେ ଝୁଲିପଡିଥିଲେ ଶୁଭଲକ୍ଷ୍ମୀ, ସ୍ପଷ୍ଟ କଲେ ଡିସିପି ପ୍ରତୀକ ସିଂ

Crime State

ଭୁବନେଶ୍ୱର: ଶୁଭଲକ୍ଷ୍ମୀ ଡେଥ୍ ମିଷ୍ଟ୍ରିରୁ ଏଯାଏ ହଟିନି ପରଦା । ସେ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ଏହି ମାମଲାରେ ସବୁ ଦିଗରୁ ତଦନ୍ତ କରାଯାଉଛି । ଆତ୍ମହତ୍ୟା ପଛର କଣ କାରଣ ? କିଏ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲା କି ? କିଛି ଲୋକଙ୍କୁ ପଚରାଉଚରା କରାଯାଇଛି । ଆଉ କିଛି ଲୋକଙ୍କୁ ପଚରା ଉଚରା କରାଯିବ । ଶୁଭଲକ୍ଷ୍ମୀଙ୍କ ସିଡିଆର ଯାଞ୍ଚ ଚାଲିଛି । ତାଙ୍କ ସଂପର୍କୀୟ ଅଙ୍କଲଙ୍କର କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ କରାଯାଉଛି ।

ଗତ ଶନିବାର ଦିନ ଭୁବନେଶ୍ବର କଟକ ରୋଡ ସ୍ଥିତ ଦୀପାଳି ବାର ଲଜରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଦୀପାଳି ବାର୍ ଲଜର ୨୦୫ ନମ୍ବର ରୁମ ସିଲ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଘଟଣାଦିନ ଏହି ରୁମ୍ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା